Palishree Mela: ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଆରମ୍ଭ, ଭଲ ବେପାର ଆଶାରେ ବ୍ୟବସାୟୀ

author img

By

Published : Nov 26, 2021, 8:21 AM IST

ଆରମ୍ଭ ହେଲା ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା

ମହାମାରୀର ଆଘାତରେ ଭାଙ୍ଗିପଡିଥିବା ମହିଳାମାନଙ୍କର ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ମହିଳା ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ଦିଗରେ ଓରମାସ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା(palishree Mela)। ଅଧିକ ପଢନ୍ତୁ

କେନ୍ଦ୍ରାପଡା: ଦୀର୍ଘ ଦୁଇବର୍ଷ ହେବ କୋରୋନା ମହାମାରୀ ପାଇଁ ଟ୍ରାକ ବାହାରକୁ ଚାଲିଯାଇଥିଲା ସବୁକିଛି । ପୂଜା ପାର୍ବଣ ସବୁଥିରେ ବ୍ରେକ ଲାଗିଥିଲା । ମହାମାରୀର ଆଘାତରେ ଭାଙ୍ଗିପଡିଥିବା ମହିଳାମାନଙ୍କ ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ମହିଳା ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ସ୍ବାବଲମ୍ବୀ ଓ ଆତ୍ମ ନିର୍ଭରଶୀଳ କରିବା ଦିଗରେ ଓରମାସ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା(palishree Mela)।

ଆରମ୍ଭ ହେଲା ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା

ଗତ ୨୦୨୦ ମସିହା ମାର୍ଚ୍ଚ ମାସରୁ କୋଭିଡ ମହାମାରୀ କାୟା ବିସ୍ତାର କରିଥିବା ବେଳେ ଏହାର କରାଳ ରୂପରେ ପେଶି ହୋଇ ବ୍ୟବସାୟ କରିବା ଏକପ୍ରକାର ଅନିଶ୍ଚିତ ହୋଇ ପଡ଼ିଥିଲା । ଏହି ସମୟରେ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଜିଲ୍ଲା ବାହାରରୁ ଆସିଥିବା ବ୍ୟବସାୟୀ। ଗତ ୨୦୨୦ ମସିହାରେ ଓରମାସ ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ବନ୍ଦ ହୋଇଥିବା ବେଳେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଆୟୋଜିତ ହୋଇପାରିନଥିଲା ପଲ୍ଲୀଶ୍ରୀ ମେଳା। କେନ୍ଦ୍ରାପଡା ଜିଲ୍ଲାରେ ସଫଳତାର ସହିତ ମହାମାରୀ ମୁକାବିଲା ହୋଇଥିବାକୁ ଜିଲ୍ଲା ପ୍ରଶାସନ ପକ୍ଷକୁ ଏହି ପଲ୍ଲିଶ୍ରୀ ମେଳା ଆୟୋଜିତ ହୋଇଛି । ଏହା ୨୫ରୁ ୩୦ ତାରିଖ ଯାଏଁ ଚାଲିବ । ଏଥିରେ ଜିଲ୍ଲା ବାହାରୁ ଅନେକ ବ୍ୟବସାୟୀ ନିଜ ପସରା ମେଲାଇଛନ୍ତି । ଦୁଇ ବର୍ଷ ହେବ ବେପାର ମାନ୍ଦା ଥିବାରୁ ଏଥର ଟିକେ ଭଲ ବ୍ୟବସାୟ କରିବାକୁ ଆଶା ରଖିଛନ୍ତି ।

ମେଳାରେ ପ୍ରାୟ ୧୦୦ଟି ଷ୍ଟଲ ପଡିଥିବା ବେଳେ ଏଠାରେ ବ୍ୟବସାୟ ଆଶାନୁରୂପ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ। ଅପରପକ୍ଷରେ ମେଳାରେ ପାର୍କିଂ ସୁବିଧା ନଥିବାରୁ ଭିଡ଼ ନିୟନ୍ତ୍ରଣ କାଠିକର ପାଠ ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ତେବେ ରାଜ୍ୟରେ କୋଭିଡ ସମୟରେ ପ୍ରଥମ ଜିଲ୍ଲା ଭାବେ ପଲ୍ଲିଶ୍ରୀ ମେଳା ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏଭଳି ପଦକ୍ଷେପ ନେଇଥିବା ବେଳେ ଏହା ଫଳପ୍ରଦ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ଓ ଜିଲ୍ଲାପାଳ। କୋଭିଡ କାଳରେ ସ୍ବାବଲମ୍ବୀ କରାଇ "ଭୋକାଲ ଫର ଲୋକାଲ"କୁ ପ୍ରାଧାନ୍ୟ ଦେବା ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଥିବା ଏହି ପ୍ରୟାସ କେତେ ସଫଳ ହେବ ତାହା ଆସନ୍ତା ସପ୍ତାହରେ ଜଣାପଡିବ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.