ରାଜ୍ୟ ସରକାରଙ୍କ 5T ଅର୍ଥ କଣ ? ଏମିତି ଉତ୍ତର ଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର

author img

By

Published : Nov 21, 2021, 7:21 PM IST

Updated : Nov 21, 2021, 8:42 PM IST

ରାଜ୍ୟ ସରକାରଙ୍କ 5T ଅର୍ଥ 5 ଟାଉଟର: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ରାଜ୍ୟ ସରକାରଙ୍କୁ ଜଣଙ୍କ ପରେ ଜଣେ କେନ୍ଦ୍ରମନ୍ତ୍ରୀ ଟାର୍ଗେଟ କରିବାରେ ଲାଗିଛନ୍ତି । ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ (Bishweswar Tudu) ରାଜ୍ୟ ସରକାରଙ୍କ 5T ଯୋଜନାକୁ 5 ଟାଉଟର ଏକତ୍ରୀକରଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ା: ରାଜ୍ୟ ସରକାରଙ୍କୁ ଜଣଙ୍କ ପରେ ଜଣେ କେନ୍ଦ୍ରମନ୍ତ୍ରୀ ଟାର୍ଗେଟ କରିବାରେ ଲାଗିଛନ୍ତି । ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ । ଆଜି(ରବିବାର) କେନ୍ଦ୍ରାପଡ଼ାରେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ବିଭାଗ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ (Bishweswar Tudu) ରାଜ୍ୟ ସରକାରଙ୍କ 5T ଯୋଜନାକୁ 5 ଟାଉଟର ଏକତ୍ରିକରଣ ବୋଲି କହିଛନ୍ତି ।

ରାଜ୍ୟ ସରକାରଙ୍କ 5T ଅର୍ଥ 5 ଟାଉଟର: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ (Bishweswar Tudu) । ଏହି ଅବସରରେ ରାଜ୍ୟର 5T ଯୋଜନାରେ ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକୁ ରୂପାନ୍ତରଣକୁ ନେଇ ପ୍ରଶ୍ନର ଉତ୍ତର ରଖି 5T ଯୋଜନାକୁ 5 ଟାଉଟର ଏକତ୍ରିକରଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ରାଜ୍ୟ ସରକାର କେବଳ କେନ୍ଦ୍ର ଅର୍ଥରାଶିରେ ନିଜର ବିଜ୍ଞାପନ କରୁଛନ୍ତି । ରାଜ୍ୟ ସରକାର କେବଳ ଏହି ଶିକ୍ଷାଲାଭ କରିଛନ୍ତି। ସେପଟେ ଅମଲାମାନେ ଏଠାରେ ସର୍ବେସର୍ବା ବୋଲ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated :Nov 21, 2021, 8:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.