କେନ୍ଦ୍ର ଯୋଜନାକୁ ରାଜ୍ୟ କରୁଛି ହାଇଜାକ: କେନ୍ଦ୍ରମନ୍ତ୍ରୀ

author img

By

Published : Nov 21, 2021, 8:12 PM IST

କେନ୍ଦ୍ର ଯୋଜନାକୁ ରାଜ୍ୟ ହାଇଯାକ କରୁଛି: କେନ୍ଦ୍ରମନ୍ତ୍ରୀ

ଭାରତ ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ହଡପ କରି ନେଉଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ସରକାର ୪୧ଟି ବିଭାଗରେ ରାଜ୍ୟ ସରକାରଙ୍କୁ ଅର୍ଥ ପ୍ରଦାନ କରୁଛନ୍ତି । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ । ଏହି ଅବସରରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ହଡପ କରି ନେଉଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ସରକାର ୪୧ଟି ବିଭାଗରେ ରାଜ୍ୟ ସରକାରଙ୍କୁ ଅର୍ଥ ପ୍ରଦାନ କରୁଛନ୍ତି ।

କେନ୍ଦ୍ର ଯୋଜନାକୁ ରାଜ୍ୟ ହାଇଯାକ କରୁଛି: କେନ୍ଦ୍ରମନ୍ତ୍ରୀ

ଜଳଜୀବନ ମିଶନ ଅଧୀନରେ ରାଜ୍ୟକୁ ଆସିଥିବା ୩ହଜାର ୩୨୩କୋଟି ଟଙ୍କାକୁ ରାଜ୍ୟ ସରକାର ନିଜ ଯୋଜନା କହି ଲୋକଙ୍କୁ ଭୂଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ବିଜେପି ନେତା ସୁନାକର ବେହେରା, ବିଷ୍ଣୁ ଦାସ, ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସେପଟେ ଜୀବନବୀମା ନିଗମର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ତିନିମୁହାଣୀ ଛକରେ ଜିଲ୍ଲା ଛାତ୍ର ବିଜେଡି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଅଣ୍ଡାମାଡ଼ ଉଦ୍ୟମ କରାଯାଇଥିଲା । ଏହି ଘଟଣାକୁ ବିଜେପି ପକ୍ଷରୁ ନିନ୍ଦା କରାଯାଇଛି ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.