Crocodile Census: ଆସିଲା କୁମ୍ଭୀର ଗଣନା ରିପୋର୍ଟ, ବର୍ଷକରେ ଭିତରକନିକାରେ ବଢିଛନ୍ତି ୯ଟି କୁମ୍ଭୀର

author img

By

Published : Jan 14, 2023, 7:17 AM IST

Updated : Jan 14, 2023, 4:11 PM IST

Crocodile Census

ଭିତରକନିକାରେ ବୃଦ୍ଧି ପାଇଛି କୁମ୍ଭୀର ସଂଖ୍ୟା । ୯ଟି କୁମ୍ଭୀର ବୃଦ୍ଧି ପାଇଥିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଦାୟିତ୍ବରେ ଥିବା ଅଧିକାରୀ ଅଧିର କୁମାର ବେହେରା । ଅଧିକ ପଢନ୍ତୁ

Crocodile Census

କେନ୍ଦ୍ରାପଡା: ଆସନ୍ତା ୯ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଥିଲା କୁମ୍ଭୀର ଗଣନା । ତେବେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ବଢିଛି କୁମ୍ଭୀର ସଂଖ୍ୟା । ଚଳିତବର୍ଷ ୯ଟି କୁମ୍ଭୀର ବଢିଥିବା ନେଇ କୁମ୍ଭୀର ଗଣନା ରିପୋର୍ଟରୁ ପ୍ରକାଶ ପାଇଛି । ଏନେଇ ରାଜନଗର ବନଖଣ୍ଡ ଦାୟିତ୍ବରେ ଥିବା ଅଧିକାରୀ ଅଧିର କୁମାର ବେହେରା ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ,ବଉଳା କୁମ୍ଭୀରଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ କୁମ୍ଭୀର ଗଣନା ପାଇଁ ଗତ ୪ ତାରିଖରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିଥିଲା । ମୋଟ ୨୨ ଟି ଟିମ ଡ଼ଃ ସୁଧାକର କରଙ୍କ ନେତୃତ୍ୱରେ ଗଣନାରେ ସାମିଲ ହୋଇଥିଲେ । ଗତ ୯ ତାରିଖରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ପ୍ରତି ଟିମରେ ୪-୫ ଜଣ ସଦସ୍ୟ ଦିନରେ ପଲିଗନ ସର୍ଚ୍ଚ ଆପ ଓ ରାତିରେ ପାରମ୍ପରିକ ପଦ୍ଧତିରେ କୁମ୍ଭୀର ଗଣନା କରିଥିଲେ। ତେବେ ଗତବର୍ଷ ଏହି ଜାତୀୟ ଉଦ୍ୟାନ ଓ ସନ୍ନିକଟ ନଦୀନାଳ ମାନଙ୍କରେ ମୋଟ ୧୭୮୪ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୭୯୩ରେ ପହଞ୍ଚିଛି।

ଏହା ମଧ୍ୟ ପଢନ୍ତୁ: Crocodile Census: ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, ୨୨ଟି ଟିମ ନିୟୋଜିତ

ଏଥିରେ ହ୍ୟାଚଲିଙ୍ଗ(୨ଫୁଟରୁ କମ ଲମ୍ବ) ୫୬୯ଟି, ୟିଅର୍ଲିଙ୍ଗ(୨-୩ଫୁଟ) ୩୮୮ଟି, ଜୁଭେନାଇଲ(୩-୬ ଫୁଟ)୩୨୫ଟି, ସବ ଆଡ଼ଲ୍ଟ(୬-୮ ଫୁଟ) ୧୬୬ଟି ଓ ଆଡ଼ଲ୍ଟ(୮ ଫୁଟରୁ ଉର୍ଦ୍ଧ୍ବ) ୩୪୫ ଟି ଚିହ୍ନଟ କରାଯାଇଛି । ଗତବର୍ଷ ତୁଳନାରେ ହ୍ୟାଚଲିଙ୍ଗ ସଂଖ୍ୟା ୫ ବୃଦ୍ଧି ହୋଇଥିବା ବେଳେ ୟିଅର୍ଲିଙ୍ଗ ୧୦ଟି, ସବ ଆଡ଼ଲ୍ଟ ୮ଟି ବଢିଛି । ସେହିପରି ଜୁଭେନାଇଲ ସଂଖ୍ୟା ୧୩ଟି କମିଥିବା ବେଳେ ଆଡ଼ଲ୍ଟ କୁମ୍ଭୀର ସଂଖ୍ୟା ଗୋଟିଏ ହ୍ରାସ ପାଇଛି । ୨୦୧୯ ମସିହାରେ ଭିତରକନିକା ଜାତୀୟ ଉଦ୍ୟାନ ସମେତ ଏହାର ଆଖପାଖ ଅଞ୍ଚଳରେ ମୋଟ ୧୭୪୨ଟି, ୨୦୨୦ ମସିହାରେ ୧୭୫୭ଟି, ୨୦୨୧ ମସିହାରେ ୧୭୬୮, ୨୦୨୨ ମସିହାରେ ୧୭୮୪ ଓ ଚଳିତବର୍ଷ ୧୭୯୩ ଟି କୁମ୍ଭୀର ରହିଥିବା ଗଣନା କରାଯାଇଛି ।

ସୂଚନାଅନୁସାରେ, ୧୯୭୬ ମସିହାରୁ ଭିତରକନିକାରେ ହୁଲି ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯାଉଛି । ଚଳିତବର୍ଷ ପାରମ୍ପରିକ ପଦ୍ଧତି ସହିତ ପଲିଗନ ସର୍ଚ୍ଚ ଆପ ମାଧ୍ୟମରେ କୁମ୍ଭୀର ଗଣନା ହୋଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated :Jan 14, 2023, 4:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.