ଅଜଣା ମୃତଦେହ ଆଣି ଅଧାପୋତି ଚାଲିଗଲେ ପୌର କର୍ମଚାରୀ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

author img

By

Published : Sep 22, 2021, 10:13 PM IST

ଅଜଣା ମୃତଦେହ ଆଣି ଅଧାପୋତି ଚାଲିଗଲା ପ୍ରଶାସନ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

କେନ୍ଦ୍ରାପଡ଼ା ପୌର ପ୍ରଶାସନର ଚରମ ଅବହେଳା। ଅଜଣା ମୃତଦେହ ଆଣି ଅଧାପୋତି ଚାଲିଗଲେ ପୌର ପାଳିକା କର୍ମଚାରୀ। ରାସ୍ତାରେ ପଡିଛି ମୃତଦେହର ଦେହାବଶେଷ । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । ଅଧିକ ପଢନ୍ତୁ...

କେନ୍ଦ୍ରାପଡ଼ା: ଅଜଣା ମୃତଦେହ ଆଣି ଶ୍ମଶାନରେ ଅଧାପୋତି ଚାଲିଗଲା ପ୍ରଶାସନ । ଏଣେତେଣେ ପଡିଛି ମୃତଦେହର ଅଂଶ ବିଶେଷ। ପ୍ରଶାସନର ଏପରି ଚରମ ଅବହେଳା ପାଇଁ ଏବେ ସ୍ଥାନୀୟ ଅଞ୍ଚଳରେ ଏବେ ଭୟର ବାତାବରଣ ସହ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ପୌରାଞ୍ଚଳରେ ।

ଅଜଣା ମୃତଦେହ ଆଣି ଅଧାପୋତି ଚାଲିଗଲେ ପୌର କର୍ମଚାରୀ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

କେନ୍ଦ୍ରାପଡ଼ା ପୌରପାଳିକା 21ନଂ ୱାର୍ଡ କଜଳା ଶ୍ମଶାନରେ କୋଭିଡ ମହାମାରୀ ଆରମ୍ଭରୁ ଶହଶହ କୋଭିଡ ରୋଗୀଙ୍କ ମୃତଦେହକୁ ଏଠାରେ ହିନ୍ଦୁ ରୀତିନୀତି ଅନୁଯାୟୀ ଦାହ କରାଯାଉଥାଏ। ତେବେ ଗତକାଲି ଏକ ଅଜଣା ମୃତଦେହକୁ ପ୍ରଶାସନ ପକ୍ଷରୁ ଏଠାକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଅଧା ପୋତିଦେଇ ଚାଲିଯାଇଥିଲେ ପୌରପାଳିକା କର୍ମଚାରୀ । ପରେ ମୃତଦେହର ଖଣ୍ଡବିଖଣ୍ଡିତ ଅଂଶ ଓ ଅସ୍ଥି ଏଣେତେଣେ ପଡିଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି।

କଜଳାସ୍ଥିତ ଶ୍ମଶାନରେ କେହି ଜଗୁଆଳି ନ ଥିବାରୁ ଯେକେହି ବି ମୃତଦେହ ଆଣି ପୋତିଦେବା କିମ୍ବା ପୋଡ଼ିଦେବା ଭଳି ଅଭାବନୀୟ ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମୃତକ ଜଣଙ୍କ କୋଭିଡ ଆକ୍ରାନ୍ତ ନା ଅନ୍ୟକୌଣସି କାରଣରୁ ମୃତ୍ୟୁ ଘଟିଛି ସେନେଇ ତଥ୍ୟ ରହୁ ନଥିବାରୁ ଶ୍ମଶାନ ପାଖରେ ବସବାସ କରୁଥିବା ୱାର୍ଡବାସିନ୍ଦା ଭୟଭୀତ ଅବସ୍ଥାରେ ଥିବା କହିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.