ଜନସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ

author img

By

Published : Nov 16, 2021, 8:19 AM IST

ଜନସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ହାଟରେ ଗତକାଲି(ସୋମବାର) ସନ୍ଧ୍ୟାରେ ବନ୍ଧୁକ ଦେଖାଇ ଭାରତୀୟ ଷ୍ଟେଟବ୍ୟାଙ୍କ ନିକଟ ଜନସେବା କେନ୍ଦ୍ରରୁ ଏକ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ କରିନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

କେନ୍ଦ୍ରାପଡ଼ା: ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ହାଟରେ ଗତକାଲି(ସୋମବାର) ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଭାରତୀୟ ଷ୍ଟେଟବ୍ୟାଙ୍କ ନିକଟ ଜନସେବା କେନ୍ଦ୍ରରୁ ଏକ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ କରି ନେଇଛନ୍ତି । ଯାହାର ସିସିଟିଭି ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି ।

ଜନସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ

ଉକ୍ତ ଜନସେବା କେନ୍ଦ୍ରରେ ଦୁଇଜଣ କାର୍ଯ୍ୟରତ ଯୁବତୀଙ୍କୁ ଜଣେ ଯୁବକ ବନ୍ଧୁକ ଦେଖାଇ ଧମକ ଦେଇ ଟଙ୍କା ଲୁଟିଥିବାବେଳେ ଅନ୍ୟ ଦୁଇଜଣ ଦୁର୍ବୃତ୍ତ ସହଯୋଗ କରିଥିଲେ । ଏହାପରେ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ତେବେ SBI ଗ୍ରାହକ ସେବା କେନ୍ଦ୍ର ହୋଇଥିବା କାରଣରୁ ଏଠାରେ ପ୍ରତ୍ୟେକ ଦିନ ଲକ୍ଷାଧିକ ଟଙ୍କାର କାରବାର ହେଉଥିବା ବେଳେ ଚାନ୍ଦୋଳ ହାଟ ଭଳି ଏକ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୁର୍ବୃତ୍ତମାନେ ଖୁଲମଖୁଲା ଲୁଟ କରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଘଟଣାସ୍ଥଳରେ କେନ୍ଦ୍ରାପଡା ଏସଡିପିଓ, ସଦର ଆଇଆଇସି ଓ ସ୍ପେଶାଲ ସ୍କ୍ବାର୍ଡ ଟିମ ପହଞ୍ଚି ଅଧିକ ତଥ୍ୟ ପାଇଁ ଅନୁସନ୍ଧାନ ଜାରି ରଖିଛନ୍ତି । ଏପଟେ ମୋଟ କେତେ ଟଙ୍କା ଲୁଟ ହୋଇଛି ତାହାର ଆକଳନ କରାଯାଉଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.