ଭିତରକନିକାରେ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି, ବଢ଼ିଛନ୍ତି 7431 ପକ୍ଷୀ

author img

By

Published : Sep 19, 2022, 9:43 AM IST

ଭିତରକନିକାରେ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି ,ବଢ଼ିଛନ୍ତି 7431 ପକ୍ଷୀ

ଭିତରକନିକା ଜାତୀୟ ଉଦ୍ୟାନର ତିନୋଟି ସ୍ଥାନରେ ବଢ଼ିଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା । ଗତବର୍ଷ ଅପେକ୍ଷା ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନ(Bhitarkanika National Park)ରେ ବଢିଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା । ଗତ ଚାରିବର୍ଷର ରେକର୍ଡ ଭାଙ୍ଗିଛନ୍ତି ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ଆଗମନ । ବର୍ଷାଋତୁ ଆରମ୍ଭରେ ପକ୍ଷୀ ମାନଙ୍କ ଭୂସ୍ବର୍ଗ କୁହାଯାଉଥିବା ଭିତରକନିକା ଜାତୀୟ ଉଦ୍ୟାନର ତିନୋଟି ସ୍ଥାନରେ ବଢ଼ିଛନ୍ତି ଦେଶୀୟ ପକ୍ଷୀ । ଗତ ବର୍ଷ ଅପେକ୍ଷା ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିବାରୁ ପକ୍ଷୀ ଓ ପରିବେଶ ପ୍ରେମୀ ବେଶ ଖୁସି ଅଛନ୍ତି । ଗତବର୍ଷ ଜାତୀୟ ଉଦ୍ୟାନରେ ମୋଟ 108639ଟି ପକ୍ଷୀ ରହିଥିବା ଗଣନା କରାଯାଇଥିଲା ବେଳେ ଚଳିତବର୍ଷ ଦେଶୀୟ ପକ୍ଷୀମାନଙ୍କ ସଂଖ୍ୟା 116070 ରହିଥିବା ସୂଚନା ଦେଇଛନ୍ତି ରେଞ୍ଜର । ଫଳରେ ଚଳିତ ବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା 7431 ବୃଦ୍ଧି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ

ଭିତରକନିକାରେ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି ,ବଢ଼ିଛନ୍ତି 7431 ପକ୍ଷୀ

ଗତ ସେପ୍ଟେମ୍ବର 8 ତାରିଖରୁ ଚାରିଜଣ ସଦସ୍ୟ ବିଶିଷ୍ଟ ତିନୋଟି ଟିମ ଭିତରକନିକା ଜାତୀୟ ଉଦ୍ୟାନର ତିନୋଟି ସ୍ଥାନ ମଠଆଡ଼ିଆ, ଲକ୍ଷ୍ମୀପ୍ରସାଦଡିଆ ଓ ଦୁର୍ଗାପ୍ରସାଦଡିଆ ଭଳି ସ୍ଥାନରେ ଥିବା ଗଛମାନଙ୍କରେ ପକ୍ଷୀ ଗଣା ସହ ବସା ମଧ୍ୟ ଗଣନା କରିଥିଲେ । ଗଣନା ପରେ ପକ୍ଷୀ ସଂଖ୍ୟା ବୃଦ୍ଧି ହେବା ନେଇ ସୂଚନା ମିଳିଥିଲା । ବର୍ଷା ଋତୁର ଆଗମନରେ ଦେଶର କୋଣ ଅନୁକୋଣରୁ ନିଜର ବଂଶ ବିସ୍ତାର ପାଇଁ ଆସିଥିବା ଗେଣ୍ଡାଳିଆ, ରାଣୀବଗ,ମଝିଆ ବଗ, ଛୋଟବଗ,ଖଇରା ବଗ, ଅଞ୍ଜନା ବା ମାଟିଆ ବଗ, ଅନ୍ଧାରିଆ ବଗ, ପାଣିକୁଆ, ଦାବେଣ୍ଟିଆ, କାପରଖାଇ ପ୍ରଭୃତି ଦଶ ପ୍ରଜାତିର ପକ୍ଷୀଙ୍କ ଗଣନା ହୋଇଥିବା ଜଣାପଡିଛି । ଗତ 4ବର୍ଷ ମଧ୍ୟରେ ଚଳିତବର୍ଷ ସର୍ବାଧିକ ପକ୍ଷୀ ଭିତରକନିକାକୁ ଆଗମନ କରିଥିବା ସୂଚନା ଦେଇଛନ୍ତି ଗଣନା ଟିମର ସଦସ୍ୟ ସୁନୀଲ ରାଉତରାୟ।

ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ 7431ଟି ଅଧିକ ଦେଶୀୟ ପକ୍ଷୀ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଛନ୍ତି। ଚଳିତବର୍ଷ ଜାତୀୟ ଉଦ୍ୟାନର ତିନୋଟି ସ୍ଥାନରେ ମୋଟ 24464ଟି ବସା ଚିହ୍ନଟ କରାଯାଇଛି। ଦେଶୀୟ ପକ୍ଷୀଙ୍କ ମଧ୍ୟରେ ଆଡଲ୍ଟ(ବଡ଼/ପ୍ରାପ୍ତ)ଙ୍କ ସଂଖ୍ୟା 48928 ରହିଥିବା ବେଳେ ଅଣ୍ଡାରୁ ଫୁଟିଥିବା ବା ନୂତନ ଭାବେ ଉଡୁଥିବା ଛୋଟ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ରହିଛି 67142, ଯାହାକି ବଡ଼ ପକ୍ଷୀଙ୍କ ଅପେକ୍ଷା 20ହଜାର ଉର୍ଦ୍ଧ୍ବ ବୋଲି ଗଣନା ରିପୋର୍ଟ କହୁଛି।

ନଜର ପକାନ୍ତୁ କେଉଁ ସ୍ଥାନରୁ କେତୋଟି ବସା ଓ କେତେ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି

ଲକ୍ଷ୍ମୀପ୍ରସାଦ ଡିଆ


ଗେଣ୍ଡାଳିଆ-6284(ଆଡଲ୍ଟ),9111(ଚିକ୍ସ),3142(ବସା)
ରାଣୀବଗ-1732(ଆଡଲ୍ଟ),2208(ଚିକ୍ସ),866(ବସା)
ମଝିଆ ବଗ-1072(ଆଡଲ୍ଟ),1500(ଚିକ୍ସ),536(ବସା)
ଛୋଟ ବଗ-1014(ଆଡଲ୍ଟ),1216(ଚିକ୍ସ),507(ବସା)
ଖଇରା ବଗ-1204(ଆଡଲ୍ଟ),1173(ଚିକ୍ସ),602(ବସା)
ଅଞ୍ଜନା ବା ମାଟିଆ ବଗ-1518(ଆଡଲ୍ଟ),1783(ଚିକ୍ସ),759(ବସା)
ଅନ୍ଧାରିଆ ବଗ-918(ଆଡଲ୍ଟ),1126(ଚିକ୍ସ),459(ବସା)
ପାଣିକୁଆ-3674(ଆଡଲ୍ଟ),4684(ଚିକ୍ସ),1837(ବସା)
ଦାବେଣ୍ଟିଆ-1178(ଆଡଲ୍ଟ),1501(ଚିକ୍ସ),589(ବସା)
କାପରଖାଇ-890(ଆଡଲ୍ଟ),1201(ଚିକ୍ସ),445(ବସା)।

ମଠ ଆଡ଼ିଆ


ଗେଣ୍ଡାଳିଆ-24094(ଆଡଲ୍ଟ),34936(ଚିକ୍ସ),12047(ବସା)
ରାଣୀବଗ-324(ଆଡଲ୍ଟ),413(ଚିକ୍ସ),162(ବସା)
ମଝିଆ ବଗ-350(ଆଡଲ୍ଟ),490(ଚିକ୍ସ),175(ବସା)
ଛୋଟ ବଗ-322(ଆଡଲ୍ଟ),386(ଚିକ୍ସ),161(ବସା)
ଖଇରା ବଗ-118(ଆଡଲ୍ଟ),115(ଚିକ୍ସ),59(ବସା)
ଅଞ୍ଜନା ବା ମାଟିଆ ବଗ-72(ଆଡଲ୍ଟ),84(ଚିକ୍ସ),36(ବସା)
ଅନ୍ଧାରିଆ ବଗ-234(ଆଡଲ୍ଟ),286(ଚିକ୍ସ),117(ବସା)
ପାଣିକୁଆ-206(ଆଡଲ୍ଟ),262(ଚିକ୍ସ),103(ବସା)
ଦାବେଣ୍ଟିଆ-704(ଆଡଲ୍ଟ),897(ଚିକ୍ସ),352(ବସା)
କାପରଖାଇ-28(ଆଡଲ୍ଟ),37(ଚିକ୍ସ),14(ବସା)।

ଦୂର୍ଗାପ୍ରସାଦ ଡିଆ


ଗେଣ୍ଡାଳିଆ-110(ଆଡଲ୍ଟ),159(ଚିକ୍ସ),55(ବସା)
ରାଣୀବଗ-768(ଆଡଲ୍ଟ),979(ଚିକ୍ସ),384(ବସା)
ମଝିଆ ବଗ-332(ଆଡଲ୍ଟ),464(ଚିକ୍ସ),166(ବସା)
ଛୋଟ ବଗ-08(ଆଡଲ୍ଟ),09(ଚିକ୍ସ),04(ବସା)
ଖଇରା ବଗ-516(ଆଡଲ୍ଟ),503(ଚିକ୍ସ),258(ବସା)
ଅଞ୍ଜନା ବା ମାଟିଆ ବଗ-00(ଆଡଲ୍ଟ),00(ଚିକ୍ସ),00(ବସା)
ଅନ୍ଧାରିଆ ବଗ-30(ଆଡଲ୍ଟ),36(ଚିକ୍ସ),15(ବସା)
ପାଣିକୁଆ-688(ଆଡଲ୍ଟ),877(ଚିକ୍ସ),344(ବସା)
ଦାବେଣ୍ଟିଆ-274(ଆଡଲ୍ଟ),339(ଚିକ୍ସ),137(ବସା)
କାପରଖାଇ-266(ଆଡଲ୍ଟ),359(ଚିକ୍ସ),133(ବସା)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.