ପୋଲିସକୁ ପୁଣିଥରେ ଚ୍ୟାଲେଞ୍ଜ, ଘରେ ପଶି କଳାକନା ବୁଲାଇଲେ ଦୁର୍ବୁତ୍ତ
Published: May 26, 2023, 4:41 PM

ପୋଲିସକୁ ପୁଣିଥରେ ଚ୍ୟାଲେଞ୍ଜ, ଘରେ ପଶି କଳାକନା ବୁଲାଇଲେ ଦୁର୍ବୁତ୍ତ
Published: May 26, 2023, 4:41 PM
କେନ୍ଦ୍ରାପଡା ଆଳି ଥାନା ଗୋବିନ୍ଦପୁର ଫାଣ୍ଡି ଅଧିନ ହଦୁଆ ଗାଁର ଅଶୋକ ସାମଲଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟ କଲେ ଦୁର୍ବୁତ୍ତ । ଅଧିକ ପଢନ୍ତୁ
କେନ୍ଦ୍ରାପଡା: ଆଳି ପୋଲିସକୁ ପୁଣିଥରେ ଚ୍ୟାଲେଞ୍ଜ । ସଶସ୍ତ୍ର ଡକାୟତି କରି ଫେରାର ହେଲେ ଦୁର୍ବୃତ୍ତ । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିବା ବେଳେ ପୋଲିସ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ସରପଞ୍ଚ । ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଆଳି ଥାନା ଗୋବିନ୍ଦପୁର ଫାଣ୍ଡି ଅଧିନ ହଦୁଆ ଗାଁର ଅଶୋକ ସାମଲଙ୍କ ପରିବାର ଗତକାଲି ରାତିରେ ଶୋଇଥିଲେ । ସେହି ସମୟରେ ରାତି ପ୍ରାୟ ସାଢ଼େ ଏଗାରଟାରେ ୩ଜଣ ଦୁର୍ବୃତ୍ତ କୌଶଳ କରି ତାଙ୍କ ବୋହୂ ସରସ୍ୱତୀ ଶୋଇଥିବା ଘର ଭିତରେ ପଶିଥିଲେ। ତେବେ ହଠାତ ସରସ୍ୱତୀଙ୍କ ନିଦ ଭାଙ୍ଗି ଯିବାରୁ ଦୁର୍ବୃତ୍ତମାନେ ବିପଦ ଆଶଙ୍କା କରି ସରସ୍ବତୀଙ୍କ ଉପରେ ଠେଙ୍ଗା ପାହାର ଦେଇ ତାଙ୍କ ପାଟିକୁ ଚାପି ଧରିଥିଲେ। ତେବେ ଏହି ଠେଙ୍ଗା ପାହାର ସରସ୍ଵତୀଙ୍କ ଛୋଟ ପୁଅ ଉପରେ ବାଜିବାରୁ ପୁଅଟି କାନ୍ଦି ଉଠିବାରୁ ପରିବାରର ଅନ୍ୟ ସଦସ୍ୟ ଉଠି ପଡ଼ିଥିଲେ। ଅଶୋକ ଓ ତାଙ୍କ ପତ୍ନୀ ଅନୁସୟା ଉଠି ବୋହୂ ଘର ଭିତରକୁ ଯାଇଥିଲେ । ଆଉ ସେହି ସମୟରେ ଦୁର୍ବୁତ୍ତମାନେ ଅନୁସୟାଙ୍କ ବେକରେ ମାରଣାସ୍ତ୍ର ଲଗାଇ ବୋହୁ ସରସ୍ଵତୀଙ୍କ ଠାରୁ ଆଲମିରା ଚାବି ନେଇ ସେଥିରେ ଥିବା ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ।
ଏନେଇ ଘଟଣାସ୍ଥଳରେ କୌଶଳ କରି ଅଶୋକ ଘର ଗ୍ରୀଲ ଖୋଲି ଦୌଡିଯାଇ ଗାଁ ଲୋକଙ୍କୁ ଡାକ ପକାଇବାରୁ ଦୁର୍ବୃତ୍ତମାନେ ସମସ୍ତ ଆସବାବପତ୍ର ଲୁଟି ନେଇ ଫେରାର ହୋଇଯାଇଥିଲେ। ତେବେ ଖସିଯିବା ସମୟରେ ସାଙ୍ଗରେ ଆଣିଥିବା ସ୍କୁଟି ଗାଡିକୁ ଛାଡି ଯାଇଥିବା ଦେଖାଯାଇଛି। ଆଳି ପୋଲିସ ସନ୍ଦେହରେ ତିନିଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ ଜୁଆଣିଆ ସରପଞ୍ଚ ପୋଲିସ ପାଟ୍ରୋଲିଂ ଠିକ ନଥିବା, ଉକ୍ତ ଅଞ୍ଚଳରେ ଫାଣ୍ଡି ରହିଥିଲେ ମଧ୍ୟ ଆବଶ୍ୟକୀୟ କର୍ମଚାରୀ ନ ଥିବା ବେଳେ ପୋଲିସକୁ ଚ୍ୟାଲେଞ୍ଜ କରି ଦୁର୍ବୃତ୍ତ ବାରମ୍ବାର ଅପରାଧ ଘଟାଇ ଚାଲିଥିବା ନେଇ ଅଭିଯୋଗ କରିଛନ୍ତି।
ପ୍ରକାଶ ଥାଉକି, ଗତ ୧୯ ତାରିଖ ବିଳମ୍ବିତ ରାତିରେ ଏହି ଫାଣ୍ଡି ଅଧିନ ଗୋବିନ୍ଦପୁର ଗାଁର ଡାକ୍ତର ବଂଶୀଧର ସାହୁଙ୍କ ଘରୁ ଦୁର୍ବୃତ୍ତ ମାନେ ସଶସ୍ତ୍ର ଡକାୟତି କରିବା ସହ ଡାକ୍ତରଙ୍କ ପତ୍ନୀ ଓ ଝିଅକୁ ମାଡ଼ ମାରିବା ସହ ଵଂଶୀଧରଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇ ଯାଉଥିବା ବେଳେ ଗାଁ ଲୋକେ ସେମାନଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ଏହି ଘଟଣାରେ ପୋଲିସ ମାତ୍ର ୪୮ ଘଣ୍ଟା ପରେ ଆଉ ତିନି ଅଭିଯୁକ୍ତକୁ ଗିରଫ କରି ସାମ୍ବାଦିକ ସମ୍ମିଳନୀ କରି ବାହାସ୍ଫୋଟ ମାରିଥିବା ବେଳେ ପୁଣି ଏକ ଡକାୟତି ଘଟଣା ଆଳି ପୋଲିସର ପାରିବାପଣିଆକୁ ଓ ଅପରାଧି ମାନଙ୍କ ପୋଲିସ ବିଭାଗ ସହ ବାଘ ବଜାରି ଖେଳକୁ ନେଇ ଏକ ପ୍ରତିଯୋଗିତାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।
ଇଟିଭି ଭାରତ, କେନ୍ଦ୍ରାପଡା
