କ୍ଷେତରେ ଜମିଲା ପାଣି: ରାସ୍ତା ହାଣିଲେ ଚାଷୀ !

author img

By

Published : Sep 18, 2021, 10:46 AM IST

କ୍ଷେତରେ ଜମିଲା ପାଣି; ରାସ୍ତା ହାଣିଲେ ଚାଷୀ !

ଲଗାଣ ବର୍ଷା ଯୋଗୁଁ ବିଲରେ ଜମିଲା ପାଣି । କ୍ଷେତରୁ ଜଳ ନିଷ୍କାସନ ପାଇଁ ଚାଷୀ ରାସ୍ତା ହାଣିଥିବା ଅଭିଯୋଗ । ଅଧିକ ପଢନ୍ତୁ...

କେନ୍ଦ୍ରାପଡା : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗଁ ବିଭିନ୍ନ ସ୍ଥାନ ହୋଇପଡିଛି ଜଳବନ୍ଦୀ । ଲଗାଣ ବର୍ଷା ଓ ପରେ ବିଲରେ ପାଣି ଜମି ରହିବା କାରଣରୁ ବିଳମ୍ବିତ ରାତିରେ ରାସ୍ତା ହାଣି ଦେଲେ ଲୋକେ । ରାସ୍ତା ହାଣି ଦେବା ଫଳରେ ଯାତାୟାତରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ୍ ରୁ ଚାନ୍ଦୋଳକୁ ସଂଯୋଗ କରୁଥିବା କେନ୍ଦ୍ରାପଡ଼ା-ଗୋଲରାହାଟ ରାସ୍ତାକୁ ଗୁରୁବାର ବିଳମ୍ବିତ ରାତିରେ କିଛି ଲୋକେ ହାଣି ଦେଇଥିବାରୁ ଶୁକ୍ରବାର ଦିନ ତମାମ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି।

କ୍ଷେତରେ ଜମିଲା ପାଣି; ରାସ୍ତା ହାଣିଲେ ଚାଷୀ !

ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ଚାଷ ଜମିରେ ପାଣି ଜମି ରହିଥିଲା । ଫଳରେ ଜମିରୁ ପାଣି ନିଷ୍କାସନ ପାଇଁ ଚାଷୀ ରାସ୍ତାକୁ ହାଣି ଦେଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ଡେରାବିଶ ତହସିଲଦାର ଓ ପୂର୍ତ୍ତ ବିଭାଗର ଅଧିକାରୀମାନେ ପହଞ୍ଚି ରାସ୍ତା ମରାମତି କରିଛନ୍ତି । ଏହା ସହ ଘଟଣା ସମ୍ପର୍କରେ ଡେରାବିଶ୍ ଥାନାରେ ଏତଲା ଦିଆଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଅଧିକାରୀ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.