ଇଟିଭି ଭାରତର ପ୍ରଭାବ, ଟ୍ୱିଟର୍‌ରେ ଜାରି ହେଲା ଗହୀରମଥାର ନୂଆ ଲୋଗୋ

author img

By

Published : Sep 20, 2021, 5:25 PM IST

ଇଟିଭି ଭାରତର ପ୍ରଭାବ, ଟ୍ୱିଟର୍‌ରେ ଜାରିହେଲା ଗହୀରମଥା ନୂଆ ଲୋଗୋ

ବଦଳିଲା ଭିତରକନିକା ଲୋଗୋ । ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ରାଜନଗର ବନଖଣ୍ଡ ଅଧିକାରୀ ଭ୍ରମାତ୍ମକ ଲୋଗୋ ଲୋକାର୍ପଣ କରିଥିଲେ । ଆଜି ପରିବର୍ତ୍ତିତ ନୂତନ ଲୋଗୋକୁ ଟ୍ୱିଟ୍‌ କରିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ଅଧିକ ପଢ଼ନ୍ତୁ...

କେନ୍ଦ୍ରାପଡ଼ା: ବଦଳିଲା ଭିତରକନିକା ଲୋଗୋ । ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ରାଜନଗର ବନଖଣ୍ଡ ଅଧିକାରୀ ଭ୍ରମାତ୍ମକ ଲୋଗୋ ଲୋକାର୍ପଣ କରିଥିଲେ । ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଲୋଗୋରୁ ଅଲିଭ ରିଡଲେ କଇଁଛମାନଙ୍କୁ ବାଦ ଦିଆ ଯାଇଥିଲା । ଏହାକୁ ନେଇ ବନଖଣ୍ଡ ଅଧିକାରୀ ଡକ୍ଟର ଯଜ୍ଞଦତ୍ତ ପତିଙ୍କ ନିଲମ୍ବନ ଦାବି କରିଥିଲେ ପରିବେଶବିତ୍‌ ଓ ବୁଦ୍ଧିଜୀବି ।

ଇଟିଭି ଭାରତର ପ୍ରଭାବ, ଟ୍ୱିଟର୍‌ରେ ଜାରିହେଲା ଗହୀରମଥା ନୂଆ ଲୋଗୋ
ଇଟିଭି ଭାରତର ପ୍ରଭାବ, ଟ୍ୱିଟର୍‌ରେ ଜାରିହେଲା ଗହୀରମଥା ନୂଆ ଲୋଗୋ

ଏହି ବିବାଦକୁ ନେଇ ଗତକାଲି(ରବିବାର) ଇଟିଭି ଭାରତରେ ଖବର ପ୍ରସାରିତ ହୋଇଥିଲା । ଯାହା ଫଳରେ ପରେ ଆଜି ପରିବର୍ତ୍ତିତ ନୂତନ ଲୋଗୋକୁ ଟ୍ୱିଟ୍‌ କରିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ତେବେ ପରିବର୍ତ୍ତିତ ଲୋଗୋରେ "ଗହୀରମଥା ନ୍ୟୁ ଲୋଗୋ" ଲେଖାଯାଇଛି । ବର୍ତ୍ତମାନ ଭିତରକନିକା ପାଇଁ ଭିନ୍ନ ଏବଂ ଗହୀରମଥା ପାଇଁ ଏହା ସ୍ୱତନ୍ତ୍ର ଲୋଗୋ ନେଇ ବିବାଦ ଦେଖାଦେଲାଣି ।

ଇଟିଭି ଭାରତର ପ୍ରଭାବ, ଟ୍ୱିଟର୍‌ରେ ଜାରି ହେଲା ଗହୀରମଥାର ନୂଆ ଲୋଗୋ

ଗତ ୧୫ ତାରିଖରେ ରାଜନଗର ବନଖଣ୍ଡ ଅଧିକାରୀ ଡକ୍ଟର ଯଜ୍ଞଦତ୍ତ ପତି ଟ୍ବିଟରରେ କରିଥିଲେ ସାର୍ବଜନୀନ । ୧୯୯୭ ମସିହାରେ ଭିତରକନିକା ସଂଲଗ୍ନ ଗହୀରମଥାକୁ ଅଭୟାରଣ୍ୟର ମାନ୍ୟତା ମିଳିଥିଲା। ପ୍ରତିବର୍ଷ ଦେଶବିଦେଶରୁ ଲକ୍ଷାଧିକ ଅଲିଭ ରିଡଲେ କଇଁଛ ଅଣ୍ଡା ଦେବାପାଇଁ ଗହୀରମଥାକୁ ଆସନ୍ତି । ଏହି କଇଁଛମାନଙ୍କ ଅଭୟାରଣ୍ୟ ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଛି କେନ୍ଦ୍ରାପଡା । ତେବେ ଲୋଗୋ ଉନ୍ମୋଚନ ପୂର୍ବରୁ କୌଣସି ଆଲୋଚନା ନକରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ବିନା ବନଖଣ୍ଡ ଅଧିକାରୀ ନୂତନ ଲୋଗୋ ସାର୍ବଜନୀନ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଲୋଗୋ ତିଆରି କରିଥିବା କମିଟି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ହୋଇଥିଲା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.