ଜେଲରେ ଦୁଇଭାଇ, ଦିଅର ଶୁଦ୍ଧିକ୍ରିୟା ପାଇଁ ଭିକ ମାଗିଲେ ଭାଉଜ

author img

By

Published : Sep 18, 2021, 10:34 PM IST

Updated : Sep 18, 2021, 10:58 PM IST

ଦିଅରର ଅନ୍ତ୍ୟଷ୍ଟି କ୍ରିୟା ପାଇଁ ଭିକ ମାଗୁଛନ୍ତି ଭାଉଜ, ଦୁଇଭାଇ ଖରସ୍ରୋତା ପାଇଁ ଜେଲରେ

ପୁଅର ଶୁଦ୍ଧିକ୍ରିୟା ପାଇଁ କେତେବେଳେ ରାସ୍ତା ଉପରେ ବସି ତ ଆଉ କେତେବେଳେ ଘରକୁ ଘର ଓ ଗାଁକୁ ଗାଁ ବୁଲି ଭିକ୍ଷା କରୁଛନ୍ତି ପରିବାର ଲୋକେ । ଅଧିକ ପଢନ୍ତୁ...

କେନ୍ଦ୍ରାପଡା: ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗାଁରେ ଦେଖିବାକୁ ମିଳିଛି ଅଭାବୀ ପରିବାରର କରୁଣ କାହାଣୀ । ପୁଅର ଶୁଦ୍ଧିକ୍ରିୟା ପାଇଁ କେତେବେଳେ ରାସ୍ତା ଉପରେ ବସି ତ ଆଉ କେତେବେଳେ ଘରକୁ ଘର ଓ ଗାଁକୁ ଗାଁ ବୁଲି ଭିକ୍ଷା କରୁଛନ୍ତି ପରିବାର ଲୋକେ ।

ଗତମାସ ୧୨ ତାରିଖରେ ଭାରିଗଦା ଠାରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପ ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ଦର୍ଶାଇ ଗୋଟିଏ ପରିବାରର ରୋଜଗାରିଆ ୨ ଭାଇ ଅନିରୁଦ୍ଧ ମଳିକ ଓ ଶଙ୍କର୍ଷଣ ମଳିକଙ୍କୁ ରାତି ଅଧିଆ ପୋଲିସ ଗିରଫ କରି ଜେଲ ପଠାଇଛି । ଦୁଇଭାଇ ଜେଲରେ ଥିବା ଶୁଣି ବେଙ୍ଗାଲୁରରେ ଥିବା ସାନଭାଇ ରବୀନ୍ଦ୍ର ମଳିକ ଦୁଃଖରେ ଭାଙ୍ଗି ପଡିଥିଲେ ।

ଜେଲରେ ଦୁଇଭାଇ, ଦିଅର ଶୁଦ୍ଧିକ୍ରିୟା ପାଇଁ ଭିକ ମାଗିଲେ ଭାଉଜ

ଭାଇମାନଙ୍କୁ ଜାମିନରେ ଆଣିବା ପାଇଁ କିଛି କରିନପାରି ଗତ ୮ ତାରିଖରେ ବେଙ୍ଗାଲୁରରେ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ହେଲେ ରବୀନ୍ଦ୍ରଙ୍କ ଶୁଦ୍ଧିକ୍ରିୟା ପାଇଁ ପରିବାର ପାଖରେ ପଇସା ନଥିବାରୁ ବାଧ୍ୟ ହୋଇ ପରିବାରର ମହିଳା ଓ ଛୋଟ ପିଲା ମାନେ ଗାଁ ଗାଁ ବୁଲି ଭିକ୍ଷା କରୁଛନ୍ତି ।

କିଛି ସାହାଯ୍ୟ ମିଳିଲେ ରବୀନ୍ଦ୍ରଙ୍କ ଶୁଦ୍ଧିକ୍ରିୟା କରିବେ ବୋଲି ପରିବାର ଲୋକେ କହିଛନ୍ତି । ଏବେ ୧୨ ଜଣ ସଦସ୍ୟ ଥିବା ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି । ସରକାରୀ ସାହାଯ୍ୟ ସହିତ ୨ ଦୁଇ ଭାଇଙ୍କୁ ଜେଲରୁ ମୁକୁଳେଇବା ପାଇଁ ନିବେଦନ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated :Sep 18, 2021, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.