ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ: ଅନ୍ଧାରରେ ପ୍ରତିଯୋଗୀ କଲେ ଡ୍ରଇଂ

author img

By

Published : Nov 14, 2021, 4:47 PM IST

ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ: ଅନ୍ଧାରରେ ପ୍ରତିଯୋଗୀ କଲେ ଡ୍ରଇଂ

କେନ୍ଦ୍ରାପଡ଼ା ଟାଉନ ହଲ ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ । ପ୍ରତିଯୋଗିତାରେ ବିଳମ୍ବରେ ପହଞ୍ଚିଲେ ଶିକ୍ଷାଧିକାରୀ । ସେପଟେ ଅନ୍ଧାରରେ ପ୍ରତିଯୋଗୀ କଲେ ଡ୍ରଇଂ । ଅଧିକ ପଢନ୍ତୁ

କେନ୍ଦ୍ରାପଡା : ଶିଶୁମାନଙ୍କ ପ୍ରତିଭାକୁ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଶିଶୁ ପ୍ରତିଯୋଗିତା ସୁରଭି। ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ଏ ପ୍ରତିଯୋଗିତା ବିଭିନ୍ନ ସ୍କୁଲରେ ଆୟୋଜିତ ହୋଇଥାଏ । ଆଜି ( ରବିବାର) କେନ୍ଦ୍ରାପଡ଼ା ଟାଉନ ହଲ ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ: ଅନ୍ଧାରରେ ପ୍ରତିଯୋଗୀ କଲେ ଡ୍ରଇଂ

ହେଲେ ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଚିତ୍ରାଙ୍କନ ଏବଂ ପୋଷ୍ଟର ତିଆରି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା କକ୍ଷରେ ଲାଇଟର ବ୍ୟବସ୍ଥା ନଥିବାରୁ ଅନ୍ଧାରରେ ବସି ପ୍ରତିଯୋଗୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏହା ଏକ ନିନ୍ଦନୀୟ ଘଟଣା । ୯ଟି ବ୍ଲକରୁ ଆସିଥିବା ପ୍ରତିଯୋଗୀଙ୍କ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଛି । ଅନ୍ୟପଟେ କାର୍ଯ୍ୟକ୍ରମ ଆୟୋଜକ ଶିକ୍ଷକଙ୍କୁ ଏନେଇ ପ୍ରଶ୍ନ କରିବାରୁ ଉତ୍ତର ନଦେଇ ନଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଯୋଗ ଦେଇଥିଲେ ।

ଏହାସହ ଜିଲ୍ଲା ସମାଜ ମଙ୍ଗଳ ଅଧିକରିଣୀ ଓ ଅନ୍ୟ ଅତିଥି ମଞ୍ଚରେ ଉପସ୍ଥିତ ରହିଥିଲେ। କିନ୍ତୁ ଏହି କାର୍ଯ୍ୟକ୍ରମର ଆୟୋଜକ ତଥା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟକ୍ରମରେ ବିଳମ୍ବରେ ପହଞ୍ଚିବାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ଏହି ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ୫ଟି ଇଭେଣ୍ଟ ପାଇଁ ୯ଟି ବ୍ଲକରୁ ମୋଟ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.