ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜରୁରୀକାଳୀନ ଅଧିକାରୀ

author img

By

Published : Sep 17, 2021, 9:38 PM IST

ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଆପାତକାଳୀନ ଅଧିକାରୀ

ଜିଲ୍ଲାରେ ବନ୍ୟା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କୌଣସି ଅଘଟଣକୁ ଏଡାଇବା ସହ ଜିରୋ କାଜୁଆଲଟି ପ୍ରମୁଖ ଲକ୍ଷ୍ୟ କହିଲେ ଜରୁରୀକାଳୀନ ଅଧିକାରୀ । ଅଧିକ ପଢନ୍ତୁ...

କେନ୍ଦ୍ରାପଡା: ସମ୍ଭାବ୍ୟ ବନ୍ୟା ପାଇଁ ଗତକାଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଓ ସତର୍କ କରାଇବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ମୁକାବିଲା ପାଇଁ ପ୍ରାକ ପ୍ରସ୍ତୁତି ଶେଷ ହୋଇଛି । ୬୦ଟି ଡ଼ଙ୍ଗା ବନ୍ୟା ପରିସ୍ଥିତିର ସାମ୍ନା ପାଇଁ ରଖାଯାଇଥିବା ବେଳେ ଜିଲ୍ଲାର ସମସ୍ତ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସ୍ଥାନାନ୍ତର ଓ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଛି ।

ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜରୁରୀକାଳୀନ ଅଧିକାରୀ

ଏହାଛଡା ଦୁଇଟି ODRAF ଓ ଗୋଟିଏ NDRF ଟିମକୁ ଜିଲ୍ଲାର ତଳିଆ ଅଞ୍ଚଳକୁ ପଠାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଆପାତକାଳୀନ ଅଧିକାରୀ । ବନ୍ୟା ହେଲେ ମହାନଦୀର ଶାଖା ନଦୀ ଗୁଡିକରେ ଅଧିକ ପାଣି ଆସିବାର ସମ୍ଭାବନା ରହିଛି ।

ସେହିପରି ବ୍ରାହ୍ମଣୀ, ବୈତରଣୀ, ବିରୂପା, ପାଇକା ଆଦି ନଦୀ ବନ୍ଧ ଗୁଡିକରେ ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଥିବା ବେଳେ ଲଗାଣ ବର୍ଷାରେ କ୍ଷତି ହୋଇଥିବା ଜିଲ୍ଲାର ୧୩ଟି ଯାତାୟାତ ପଥକୁ ମରାମତି କରାଯାଇଥିବା କହିଛନ୍ତି ଅଧିକାରୀ । ତେବେ ବନ୍ୟାର ମୁକାବିଲା ପାଇଁ ପ୍ରଶାସନିକ ଭାବେ କିପରି ପ୍ରସ୍ତୁତି ଚାଲିଛି ସେନେଇ ଆମ କେନ୍ଦ୍ରାପଡା ପ୍ରତିନିଧିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.