ନୂଆ ଲୋଗୋରେ କଇଁଛକୁ ଭୁଲିଗଲେ ଭିତରକନିକା କର୍ତ୍ତୃପକ୍ଷ, ବଢିଲା ବିବାଦ

author img

By

Published : Sep 19, 2021, 2:17 PM IST

ଭିତରକନିକା ନୂଆ ଲୋଗୋକୁ ନେଇ ବିବାଦ; ଲୋଗୋରେ ନାହିଁ କଇଁଛଙ୍କ ଚିତ୍ର

ଭିତରକନିକା ପାଇଁ ସ୍ବତନ୍ତ୍ର ଲୋଗୋ ଉନ୍ମୋଚିତ କରିଛି ରାଜନଗର ବନବିଭାଗ । କିନ୍ତୁ ଲୋଗୋରେ ନାହିଁ ଅଲିଭ ରିଡଲେ କଇଁଛଙ୍କ ଚିତ୍ର । ଯାହାକୁ ନେଇ ଦେଖାଦେଇଛି ବିବାଦ । ବନଖଣ୍ଡ ଅଧିକାରୀଙ୍କ ନିଲମ୍ବନ ପାଇଁ ଦାବି । ଅଧିକ ପଢନ୍ତୁ...

କେନ୍ଦ୍ରାପଡା: ବିଶ୍ବପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା ପାଇଁ ସ୍ବତନ୍ତ୍ର ଲୋଗୋ ଉନ୍ମୋଚିତ କରିଛି ରାଜନଗର ବନବିଭାଗ । କିନ୍ତୁ ଲୋଗୋରେ ନାହିଁ ଭିତରକନିକାର ଅନ୍ୟତମ ବୈଭବ ଅଲିଭ ରିଡଲେ କଇଁଛଙ୍କ ଚିତ୍ର । ଯାହାକୁ ନେଇ ପରିବେଶବିତ, ବୁଦ୍ଧିଜୀବୀଙ୍କ ସହ କେନ୍ଦ୍ରାପଡ଼ାବାସୀ ଅସନ୍ତୋଷ ଜାହିର କରିଛନ୍ତି । ଉନ୍ମୋଚିତ ଲୋଗୋରେ ହେନ୍ତାଳବଣ, ହରିଣ, କୁମ୍ଭୀର, ସାପ, ପକ୍ଷୀ ଓ ଡ଼ଲଫିନ ସ୍ଥାନ ପାଇଥିବାବେଳେ କଇଁଛ ବାଦ ପଡିଛି । ଯାହା ବନଖଣ୍ଡ ଅଧିକାରୀଙ୍କ ମନୋମୁଖି କାର୍ଯ୍ୟକୁ ପ୍ରମାଣିତ କରୁଛି ବୋଲି ଅଭିଯୋଗ ହୋଇଛି।

ଭିତରକନିକା ନୂଆ ଲୋଗୋକୁ ନେଇ ବିବାଦ; ଲୋଗୋରେ ନାହିଁ କଇଁଛଙ୍କ ଚିତ୍ର

ଏହି ନୂତନ ଲୋଗୋକୁ ଗତ ୧୫ ତାରିଖରେ ରାଜନଗର ବନଖଣ୍ଡ ଅଧିକାରୀ ଡ଼ଃ ଯଜ୍ଞଦତ୍ତ ପତି ସୋସିଆଡ ମିଡିଆ ଟ୍ବିଟରରେ କରିଥିଲେ ସାର୍ବଜନୀନ । ୧୯୯୭ ମସିହାରେ ଭିତରକନିକା ସଂଲଗ୍ନ ଗହୀରମଥାକୁ ଅଭୟାରଣ୍ୟର ମାନ୍ୟତା ମିଳିଥିଲା। ପ୍ରତିବର୍ଷ ଦେଶ ବିଦେଶର ଲକ୍ଷାଧିକ ଅଲିଭରିଡଲେ କଇଁଛ ଅଣ୍ଡା ଦେବାପାଇଁ ଗହୀରମଥାକୁ ଆସନ୍ତି । ଏହି କଇଁଛ ମାନଙ୍କ ଅଭୟାରଣ୍ୟ ପାଇଁ ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଛି କେନ୍ଦ୍ରାପଡା। ତେବେ ଲୋଗୋ ଉନ୍ମୋଚନ ପୂର୍ବରୁ କୈଣସି ଆଲୋଚନା ନକରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ବିନା କିପରି ବନଖଣ୍ଡ ଅଧିକାରୀ ଏହି ନୂତନ ଲୋଗୋ ସାର୍ବଜନୀନ କରାଇଛନ୍ତି । ତାହାକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ ।

ବନଖଣ୍ଡ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ ସହ ଲୋଗୋ ତିଆରି କରିଥିବା କମିଟି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ସେପଟେ ଘଟଣା ନେଇ ସମ୍ପୃକ୍ତ ବନଖଣ୍ଡ ଅଧିକାରୀ କ୍ୟାମାରା ସମ୍ମୁଖରେ କୈଣସି ପ୍ରତିକ୍ରିୟା ରଖିବା ପାଇଁ ମନା କରିଦେଇଛନ୍ତି । ତେବେ ଭିତରକନିକାର ସ୍ବତନ୍ତ୍ର ଲୋଗୋରୁ କଇଁଛକୁ ବାଦ ଦେବା ଘଟଣାରେ ସରକାର କଣ ପଦକ୍ଷେପ ଗ୍ରହଣ କରିବେ ତାହା ସମୟ କହିବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.