ଭିତରକନିକାରେ ଶେଷ ହେଲା ପକ୍ଷୀ ଗଣନା, ଏ ବର୍ଷ ବଢିଛି ପ୍ରଜାତି ଓ ସଂଖ୍ୟା

author img

By

Published : Jan 14, 2022, 10:23 AM IST

ଭିତରକନିକାରେ ଶେଷ ହେଲା ପକ୍ଷୀ ଗଣନା, ଏ ବର୍ଷ ବଢିଛି ପ୍ରଜାତି ଓ ସଂଖ୍ୟା

ଭିତରକନିକାରେ ଶେଷ ହେଲା ପକ୍ଷୀଗଣନା । ଗତବର୍ଷ ତୁଳନାରେ ବଢିଛି ପ୍ରଜାତି ଓ ପକ୍ଷୀଙ୍କ ସଂଖ୍ୟା । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଚଳିତ ବର୍ଷର ବିଦେଶାଗତ ପକ୍ଷୀ ଗଣନା ଶେଷ ହୋଇଛି । ଅନୁକୂଳ ପାଗ ଓ ଜଳସ୍ତର ବୃଦ୍ଧି ଯୋଗୁଁ ଭିତରକନିକାରେ ବଢ଼ିଛି ପକ୍ଷୀ ସଂଖ୍ୟା (number of migratory birds rises in bhitarkanika) । ଚଳିତ ବର୍ଷ ପକ୍ଷୀଙ୍କ ପ୍ରଜାତି ସଂଖ୍ୟା ବୃଦ୍ଧି ପାଇ ୧୪୪ରେ ପହଞ୍ଚିଛି । ମୋଟ ୧ ଲକ୍ଷ ୩୮ହଜାର ୧୦୭ଟି ପକ୍ଷୀ ଗଣନା କରାଯାଇଛି ।

ଭିତରକନିକାରେ ଶେଷ ହେଲା ପକ୍ଷୀ ଗଣନା, ଏ ବର୍ଷ ବଢିଛି ପ୍ରଜାତି ଓ ସଂଖ୍ୟା

ଗତବର୍ଷ ୧୨୧ ପ୍ରଜାତିର ୧ଲକ୍ଷ ୩୬ହଜାର ୦୯୨ଟି ପକ୍ଷୀ ଭିତରକନିକାକୁ ଆସିଥିଲେ । ଗତବର୍ଷ ଅପେକ୍ଷା ଏ ବର୍ଷ ୨୩ଟି ପ୍ରଜାତିର ପକ୍ଷୀ ବଢିବା ସହିତ ୨,୦୧୫ଟି ପକ୍ଷୀ ଅଧିକ ଆସିଥିବା ସୂଚନା ମିଳିଛି । ଚଳିତ ବର୍ଷ ସର୍ବାଧିକ ୫୯, ୨୮୬ ଗିଜ୍ ଆଣ୍ଡ ଡକ୍ସ ଆସିଥିବା ଜଣାପଡ଼ିଛି । ମୁଖ୍ୟତଃ ପେଲିକାନ ପକ୍ଷୀଙ୍କୁ ଏଠାରେ ଦୁଇ ବର୍ଷ ହେବ ଦେଖିବାକୁ ମିଳିନାହିଁ । ଭିତରକନିକା, ସାତଭାୟା, ରାଜନଗର, ଚିଞ୍ଚିରି ମୁହାଣ, ଧାମରା ମୁହାଣ ଓ ପାରାଦ୍ବୀପ ଆଦି ସ୍ଥାନଗୁଡିକରେ ବିଦେଶାଗତ ପକ୍ଷୀ ଗଣନା କରାଯାଇଥିଲା । ଚଳିତ ବର୍ଷ ପକ୍ଷୀ ଗଣନାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ସହ କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିବା ନେଇ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.