କେନ୍ଦ୍ରାପଡାରେ ଓଲଟିଲା ବସ୍, ୧୫ ଶ୍ରମିକ ଆହତ

author img

By

Published : Jan 19, 2023, 8:44 AM IST

Updated : Jan 19, 2023, 2:14 PM IST

କେନ୍ଦ୍ରାପଡାରେ ବସ୍ ଦୁର୍ଘଟଣା

କେନ୍ଦ୍ରାପଡାରେ ଓଲଟିଲା ଯାତ୍ରୀବାହୀ ବସ୍ । ଏଥିରେ 15 ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ ବସ୍ ଦୁର୍ଘଟଣା

କେନ୍ଦ୍ରାପଡା: ସକାଳୁ ସକାଳୁ କେନ୍ଦ୍ରାପଡାରେ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ବସ୍ । ଆଜି(ଗୁରୁବାର) ସକାଳେ କେନ୍ଦ୍ରାପଡା ରାଜକନିକା ଥାନା ଅନ୍ତର୍ଗତ ଗଞ୍ଜା ଘାଟ ନିକଟରେ ଶ୍ରମିକଙ୍କୁ ନେଇ ଯାଉଥିବା ଦୟାଲ ନାମକ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍‌ଟି ଚାନ୍ଦବାଲିରୁ ପଟ୍ଟାମୁଣ୍ଡାଇ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଛି । ଏଥିରେ ୧୫ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି । ସେମାନଙ୍କୁ ସଙ୍ଗେ ସଙ୍ଗେ ବଡ଼ ମେଡିକାଲକୁ ନିଆଯାଇଛି ।

ସୂଚନା ମୁତାବକ, ବସ୍‌ରେ ମୋଟ ୪୦ରୁ ଊର୍ଦ୍ଧ୍ବ ଶ୍ରମିକ ଥିଲେ । ସେମାନେ କିନ୍ଦନ ପାଣ୍ଡେ କୋରଟେକ ଇଣ୍ଟରନ୍ୟାସନାଲ କମ୍ପାନୀର ସିଏନଜି ଗ୍ୟାସ ଲାଇନରେ କାମ କରିବା ପାଇଁ ତେଲପାଇପ ଏବଂ ବୋରିଂ ନେଇ ବସ୍ ଯୋଗେ ପଟ୍ଟାମୁଣ୍ଡାଇ ଅଭିମୁଖେ ଯାଉଥିଲେ । ଗଞ୍ଜା ଘାଟ ଠାରେ ଗାଡ଼ିର ଆଗ ଚକ ବାହାରି ଯିବାରୁ ଏହା ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ଆହତ ଶ୍ରମିକମାନଙ୍କୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ବେପରୁଆ ଗାଡି ଚାଳନା ଏବଂ ଟ୍ରାଫିକ ନିୟନ୍ତ୍ରଣର ଅଭାବ ହେତୁ ବାରମ୍ୱାର ଦୁର୍ଘଟଣା ଘଟୁଛି ବୋଲି ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ବରିଷ୍ଠ ନାଗରିକ ଆଲୋଚନା କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ: Accident In Raigad: ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହେବାରୁ ୯ ମୃତ

ଏହାପୂର୍ବରୁ ଗତ ୪ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପାଟଣାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଥିଲା । ନାୟକ ନାମକ ବସ୍ ଚାନ୍ଦବାଲିରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ୍‌ରେ ୫୦ରୁ ଊର୍ଦ୍ଧ୍ବ ଲୋକ ଯାତ୍ରା କରୁଥିଲେ । ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ଓ ୧୦ ଗୁରୁତର ଥିଲେ ।

ମାଳପାଟଣା ନିକଟରେ ବସ୍‌ଟି ଦ୍ରୁତଗତିରେ ଏକ ହାଇୱା ଟ୍ରକକୁ ଓଭରଟେକ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପାଖରେ ଚାଳକ ଭାରସାମ୍ୟ ହରାଇଥିଲେ ଓ ବସ୍ ସେଠାରେ ଥିବା ଏକ ବଡ ଖାଲ ମଧ୍ୟ ଖସି ପଡିଥିଲା । ଯାହାଫଳରେ ସମସ୍ତ ଯାତ୍ରୀ ବସ୍ ତଳେ ଚାପି ହୋଇ ରହିଥିବାବେଳେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରିଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated :Jan 19, 2023, 2:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.