ବିଚ ରାସ୍ତାରେ ମହିଳାଙ୍କୁ ନିର୍ଯାତନା ଘଟଣା, ୧୦ ଗିରଫ

author img

By

Published : Sep 21, 2021, 7:00 PM IST

Updated : Sep 21, 2021, 10:57 PM IST

ବିଚ ରାସ୍ତାରେ ମହିଳାଙ୍କ ମୁହଁରେ କାଳି ବୋଳି ଲଣ୍ଡା କରିବା ଘଟଣା, ଗିରଫ ହେଲେ ୧୦ ମହିଳା

ଟଙ୍କା କାରବାରକୁ ନେଇ ବର୍ବରତାର ଶିକାର ହେଲେ ମହିଳା । ରାସ୍ତା ଉପରେ କାଳି ବୋଳିବା ସହ ଲଣ୍ଡା କରୁଥିବାର ଦୃଶ୍ୟ ହେଉଛି ଭାଇରାଲ । ପଢନ୍ତୁ ଅଧିକ...

କେନ୍ଦ୍ରାପଡା: ଟଙ୍କା କାରବାରକୁ ନେଇ ଭୁଲିଗଲେ ମାନବିକତା । ବିଚ ରାସ୍ତାରେ ଜଣେ ମହିଳାଙ୍କ ସହ ବର୍ବରତା । ଜଣେ ମହିଳାଙ୍କୁ ଅନ୍ୟ କିଛି ମହିଳା ସଙ୍ଘବଦ୍ଧ ଭାବେ ରାସ୍ତାରେ ମାଡ ମାରିବା ସହ ମୁହଁରେ କାଳିବୋଳି ଲଣ୍ଡା କରୁଥିବା ଭଳି ଅମାନବୀୟ ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ବେଲତଳ ଗ୍ରାମରେ । ଋଣ କରାଇଦେବା ନାଁରେ ଟଙ୍କା ଠକିଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ରାସ୍ତା ଉପରେ ଏପରି ନିର୍ଯ୍ୟାତନାର ଶିକାର ହେବାକୁ ପଡିଛି ।

ବିଚ ରାସ୍ତାରେ ମହିଳାଙ୍କ ମୁହଁରେ କାଳି ବୋଳି ଲଣ୍ଡା କରିବା ଘଟଣା, ଗିରଫ ହେଲେ ୧୦ ମହିଳା

ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ଦକ୍ଷିଣଦିଆ ଗ୍ରାମର ଜନୈକ ମହିଳା କିଛି ଲୋକଙ୍କୁ ଲୋନ କରାଇଦେଵା ପାଇଁ କହି ସେମାନଙ୍କ ଠାରୁ ଟଙ୍କା ନେଇ ପରବର୍ତ୍ତୀ ସମୟରେ ଲୋନ ଦେଇ ନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅନ୍ୟ କିଛି ଉତ୍ୟକ୍ତ ମହିଳା ସଙ୍ଗବଦ୍ଧ ଭାବେ ସମ୍ପୃକ୍ତ ମହିଳାଙ୍କୁ ରାସ୍ତା ମଝିରେ ଅଟକାଇ ମୁହଁରେ କଳା ବୋଳିବା ସହିତ ମହିଳାଙ୍କୁ ଲଣ୍ଡା କରିବାକୁ ମଧ୍ୟ ପଛାଇ ନଥିଲେ । ମହିଳମାନେ ମାଡ ମାରୁଥିବାବେଳେ ଅନ୍ୟ କିଛି ଯୁବକ ମଧ୍ୟ ନିଜ ମୋବାଇଲରେ ଦୃଶ୍ୟ ଉତ୍ତୋଳନ କରୁଥିବାର ଦେଖିବାକୁ ମିିଳିଛି । ବେସ କିଛି ସମୟ ଧରି ଉକ୍ତ ମହିଳା ଜଣଙ୍କ ସଙ୍ଘବଦ୍ଧ ନିର୍ଯାତନାର ଶିକାର ହୋଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ ସମ୍ପୃକ୍ତ ମହିଳାଜଣଙ୍କ ଯଦି ଏପରି ଠକେଇରେ ସମ୍ପୃକ୍ତ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଏଭଳି ବର୍ବର କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି ।

ଅନ୍ୟପଟେ ଘଟଣା ପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ନିର୍ଯାତନାର ଶିକାର ହୋଇଥିବା ମହିଳା । ମହିଳାଙ୍କ ଏତଲା ଆଧାରରେ ତ୍ବରିତ ପଦକ୍ଷେପ ଗ୍ରହଣ କରିଛି ପଟ୍ଟାମୁଣ୍ଡାଇ ପୋଲିସ । ଏହି କଙ୍ଗାରୁ କୋର୍ଟରେ ସାମିଲଥିବା ୧୦ଜଣ ମହିଳାଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିରୁଦ୍ଧରେ ପଟ୍ଟାମୁଣ୍ଡାଇ ଥାନାରେ 565/2021 ରେ ମାମଲା ରୁଜୁ କରାଯିବା ସହ ଦଫା 342,294,354, 355' 323,379,34 IPC, 66E, 67ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ପଟ୍ଟାମୁଣ୍ଡାଇ ଉପଖଣ୍ଡ ପୋଲିସ ଅଧିକାରୀ ସଂନ୍ଧ୍ୟାରାଣୀ ବେହୁରିଆ ।

ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି ଓ ଖୁବଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି SDPO ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated :Sep 21, 2021, 10:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.