କେନ୍ଦ୍ରାପଡାରେ ବଳରାମ ଯୋଜନା ଆରମ୍ଭ, ବଣ୍ଟନ ହେଲା ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା

author img

By

Published : Sep 16, 2021, 9:31 AM IST

balaram-scheme

କେନ୍ଦ୍ରାପଡାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ବଳରାମ ଯୋଜନା ସହାୟତା ରାଶି । ପ୍ରଥମ ପର୍ଯ୍ୟାୟରେ ରାଜନଗର ବ୍ଲକରେ ୨୯୫ ଟି ଜେଏଲଜିକୁ ୩ କୋଟିରୁ ଅଧିକ ଟଙ୍କା ପଠାଯାଇଛି । ଅଧିକ ପଢନ୍ତୁ...

କେନ୍ଦ୍ରାପଡା: ଜିଲ୍ଲାରେ ବଳରାମ ଯୋଜନା ମାଧ୍ୟମରେ କୃଷି ସହାୟତା ରାଶି ବଣ୍ଟନ କରାଯାଇଛି । ରାଜନଗର ପଞ୍ଚାୟତ ସମିତି ସଭାଗୃହରେ ରାଜ୍ୟ ସରକାରଙ୍କ ବଳରାମ ଯୋଜନା ଅନ୍ତର୍ଗତ ମିଳିତ ଦେୟ ଗୋଷ୍ଠୀ(JLG)ମାନଙ୍କୁ ଆର୍ଥିକ ସହାୟତା ରାଶି ବଣ୍ଟନ ମେଳାରେ ଅନୁଷ୍ଠିତ ହୋଇଯାଇଛି ।

କେନ୍ଦ୍ରାପଡାରେ ବଳରାମ ଯୋଜନା ଆରମ୍ଭ, ବଣ୍ଟନ ହେଲା ୩ କୋଟିରୁ ଊର୍ଦ୍ଧ୍ବ

ଏହି ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ, ରାଜନଗର ବିଡ଼ିଓ, ତହସିଲଦାର ଓ କୃଷି ଅଧିକାରୀ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ରାଜନଗର ବ୍ଲକରେ ୨୯୫ ଟି ଜେଏଲଜିକୁ ୩ କୋଟି ୫୦ ଲକ୍ଷରୁ ଅଧିକ ଟଙ୍କା ବଣ୍ଟନ କରାଯାଇଛି । କୃଷକମାନେ ଚାଷ କ୍ଷେତ୍ରରେ କିଭଳି ଭାବରେ ଉନ୍ନତି କରିବା ସହ ଏହି ରାଶିକୁ ସଠିକ ବିନିଯୋଗ କରିବେ ସେନେଇ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ବଳରାମ ଯୋଜନା କିପରି ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବ ସେଥିରୁ ରାଜନଗରର ପ୍ରତ୍ୟେକ ଜନ ସାଧାରଣ ବଞ୍ଚିତ ନହେବେ ସେନେଇ ଯୋଜନା ହୋଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.