ଆମ୍ବୁଲାନ୍ସ କର୍ମଚାରୀ ମହାନତା: ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ଫେରାଇଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ

author img

By

Published : Nov 19, 2021, 9:51 PM IST

ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ଫେରାଇଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୧୦୮ ସେବା ଯୋଗାଉଥିବା କର୍ମଚାରୀ ହୃଷୀକେଷ ମଲ୍ଲିକ। ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଲନଗର ଛକରେ ଦୁର୍ଘଟଣା ସମ୍ପର୍କିତ ଏକ ଫୋନ ପାଇ ଯୁବକଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ କର୍ମଚାରୀ । ପରବର୍ତ୍ତି ସମୟରେ ସେହି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ହେଲେ ଉଦ୍ଧାର ସମୟରେ ଆମ୍ବୁଲାନ୍ସ ଭିତରେ ରହିଯାଇଥିଲା ଯୁବକଙ୍କ ଆଧାର କାର୍ଡ, ପ୍ୟାନକାର୍ଡ ସମେତ ୫ଟି ମୋବାଇଲ ଫୋନ ।

ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଯାହାକୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଦାୟିତ୍ବରେ ରଖି ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ସମ୍ପର୍କୀୟଙ୍କୁ ଆଜି ତାଙ୍କ ହସ୍ତାନ୍ତର କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ଯୁବକ ଜଣକ ପଡୋଶୀ ଜଗତସିଂହପୁର ଜିଲ୍ଲାର ଅମରେନ୍ଦ୍ର ଦାସ ଓ ସେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ବୋଲି ଜଣାପଡିଛି । ସେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନକୁ ସେ ମୋବାଇଲ ବ୍ୟବସାୟ ଓ ମରାମତି ସମ୍ପର୍କିତ କାର୍ଯ୍ୟ କରୁଛନ୍ତି । ଏବେ ସେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ୧୦୮ କର୍ମଚାରୀଙ୍କ ଏହି ସଚ୍ଚୋଟତାକୁ ନେଇ ପରିବାର ସଦସ୍ୟ ୧୦୮ ଆମ୍ବୁଲାନ୍ସ କର୍ମଚାରିଙ୍କୁ କୃତଜ୍ଞତା ଜଣାଇଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.