ETV Bharat Impact: ସେବା ନିବୃତ ହେଲେ ଜେଲଦଣ୍ଡ ଭୋଗୁଥିବା ସରକାରୀ କର୍ମଚାରୀ

author img

By

Published : Dec 1, 2021, 5:15 PM IST

ETV Bharat Impact: ଜେଲ୍‌ରେ ଥିବା କର୍ମଚାରୀଙ୍କ ବିରୋଧରେ ହେଲା କାର୍ଯ୍ୟାନୁଷ୍ଠାନ

ଜେଲ୍‌ରେ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ । ଖବର ପ୍ରସାରଣ ପରେ ଚେତିଲା ଜିଲ୍ଲା ପ୍ରଶାସନ (govt official disengaged from service) । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ମହିଳା ମାଧ୍ୟମିକ ବିଦ୍ୟାଳୟରେ ଜୁନିଅର ଆସିଷ୍ଟାଣ୍ଟ ମନୋଜ ରାଉତ ଫୌଜଦାରୀ ମାମଲାରେ ଗିରଫ ହୋଇ ନଭେମ୍ବର ୧୫ରୁ କେନ୍ଦ୍ରାପଡ଼ା ଉପକାରାଗାରରେ ଜେଲଦଣ୍ଡ ଭୋଗୁଛନ୍ତି ।

ETV Bharat Impact: ଜେଲ୍‌ରେ ଥିବା କର୍ମଚାରୀଙ୍କ ବିରୋଧରେ ହେଲା କାର୍ଯ୍ୟାନୁଷ୍ଠାନ
ETV Bharat Impact: ଜେଲ୍‌ରେ ଥିବା କର୍ମଚାରୀଙ୍କ ବିରୋଧରେ ହେଲା କାର୍ଯ୍ୟାନୁଷ୍ଠାନ

ତେବେ ବିଦ୍ୟାଳୟ କିମ୍ବା ପ୍ରଶାସନ ପକ୍ଷରୁ ତାଙ୍କ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଏହାକୁ ନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ କାର୍ଯ୍ଯାନୁଷ୍ଠାନ ନେଇଛି ଜିଲ୍ଲା ପ୍ରଶାସନ (administration takes action after news aired in ETV Bharat) । ବର୍ତ୍ତମାନ ପାଇଁ ତାଙ୍କୁ କାର୍ଯ୍ୟରୁ ନିବୃତ୍ତ କରାଯାଇଛି ।

ETV Bharat Impact: ଜେଲ୍‌ରେ ଥିବା କର୍ମଚାରୀଙ୍କ ବିରୋଧରେ ହେଲା କାର୍ଯ୍ୟାନୁଷ୍ଠାନ

ପରିଚାଳନା ସମିତି ଦ୍ୱାରା ନିଯୁକ୍ତ ହୋଇଥିବାରୁ କର୍ମଚାରୀ ଜଣଙ୍କୁ ମାଧ୍ୟମିକ ବିଦ୍ୟାଳୟ ସମ୍ପାଦକ ତଥା ବିଦ୍ୟାଳୟ ଅଧ୍ୟକ୍ଷ କାର୍ଯ୍ୟରୁ ନିବୃତ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ନଭେମ୍ବର ୨୮ ତାରିଖରେ ଇଟିଭି ଭାରତ ଖବର ପ୍ରସାରଣ କରିଥିଲା । ଏହାପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଘଟଣା ସମ୍ପର୍କରେ ତ୍ୱରିତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଜେଲଦଣ୍ଡ ଭୋଗୁଥିବା କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ନେଇଛନ୍ତି । ନଭେମ୍ବର ୩୦ ତାରିଖରୁ ମନୋଜଙ୍କୁ କାର୍ଯ୍ୟରୁ ନିବୃତ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହାକୁ ନେଇ ବିଦ୍ୟାଳୟ ପକ୍ଷରୁ ଚିଠି ନମ୍ବର ୪୦୨ରେ ଉଲ୍ଲେଖ ରହିଥିବା କଥା କହିଛନ୍ତି ବିଦ୍ୟାଳୟ ଅଧ୍ୟକ୍ଷ ଅଜୟ ନାୟକ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.