Minor girl kidnap Case: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

author img

By

Published : Nov 25, 2021, 10:03 AM IST

ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ କସୋଟି ଗାଁର ଜଣେ ନାବାଳିକାକୁ ଅପହରଣ(Minor girl kidnap case in kendrapara) ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ ହୋଇଛି । ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଫାଷ୍ଟଟ୍ରାକ ପୋକ୍ସ କୋର୍ଟ । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ଦୀର୍ଘ ୭ ବର୍ଷ ପରେ ଦୋଷୀକୁ ମିଳିଲା ଦଣ୍ଡ । କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ କସୋଟି ଗାଁର ଜଣେ ନାବାଳିକାକୁ ଅପହରଣଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ ହୋଇଛି । ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଫାଷ୍ଟଟ୍ରାକ ପୋକ୍ସ କୋର୍ଟ ।

ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ସୂଚନାଅନୁସାରେ ୨୦୧୪ ମେ ମାସ ୨୯ ତାରିଖରେ ଟ୍ୟୁସନ ଯାଉଥିବା ସମୟରେ ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ଅପହରଣ କରି ନେଇଥିଲା । ଏହାପରେ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ଦେଲେ ଝିଅକୁ ଛାଡିବ ବୋଲି କହିଥିଲା ଅଭିଯୁକ୍ତ । ପରିବାର ପକ୍ଷରୁ ଅଭିଯୋଗ କ୍ରମେ ଗିରଫ ହୋଇ ବିଚାରଧୀନ କଏଦୀ ଭାବରେ ଜେଲରେ ଥିଲା ଅଭିଯୁକ୍ତ । ଅଗଷ୍ଟ ୧୭ ୨୦୧୪ରେ ପିପିଲିରୁ ଧରା ପଡିଥିଲା ଅଭିଯୁକ୍ତ ।

ଜିଲ୍ଲା ଫାଷ୍ଟଟ୍ରାକ ପୋକ୍ସ କୋର୍ଟ 364A,365 ଦଫାରେ ଦୋଷୀକୁ ଆଜୀବନ କାରାଦଣ୍ଡ (life time imprisonment) ଓ ପାଞ୍ଚ ହଜାର ଟଙ୍କା ଜୋରିମାନା ଦଣ୍ଡ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ୬ମାସ ଅତିରିକ୍ତ ଜେଲ ରାୟ ଶୁଣାଇଛନ୍ତି । ଅପହରଣକାରୀ ଅଭିଯୁକ୍ତ ପ୍ରଦୀପ ଓଝା ଘର ଜଗତସିଂହପୁର ଢ଼ିଙ୍କିଆ ଗ୍ରାମରେ ବୋଲି ଜଣାପଡିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.