ବତକ ଖାଇବାକୁ ପୋଖରୀରେ ପଶିଥିଲା କୁମ୍ଭୀର, ମାଡି ବସିଲା ବନବିଭାଗ

author img

By

Published : Sep 21, 2021, 10:10 AM IST

ପୋଖରୀରୁ ଉଦ୍ଧାର ହେଲା ୮ ଫୁଟ ଲମ୍ବର କୁମ୍ଭୀର

କେନ୍ଦ୍ରାପଡାର ଏକ ପୋଖରୀରୁ ଉଦ୍ଧାର ହେଲା ୮ ଫୁଟ ଲମ୍ବର କୁମ୍ଭୀର । ବତକ ଖାଇବାକୁ ଲମ୍ଫ ମାରିବା ସମୟରେ ଦେଖିଲେ ଲୋକେ । ଅଧିକ ପଢନ୍ତୁ...

କେନ୍ଦ୍ରାପଡା: କୁମ୍ଭୀର ପାଇଁ ପ୍ରସିଦ୍ଧ କେନ୍ଦ୍ରାପଡାର ଭିତରକନିକା ଏବେ ପୁଣି କୁମ୍ଭୀରକୁ ନେଇ ଚର୍ଚ୍ଚାରେ । ଭିତରକନିକାରେ ଯେ କେବଳ କୁମ୍ଭୀର ଦେଖାଯାଆନ୍ତି ତାହା ନୁହେଁ ବର୍ତ୍ତମାନ କେନ୍ଦ୍ରାପଡାର ପୋଖରୀରେ କୁମ୍ଭୀର ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇପଡିଛନ୍ତି ।

ପୋଖରୀରୁ ଉଦ୍ଧାର ହେଲା ୮ ଫୁଟ ଲମ୍ବର କୁମ୍ଭୀର

ସୂଚନା ଅନୁଯାୟୀ ଜିଲ୍ଲା ସ୍ଥିତ ରାଜନଗର ଅନ୍ତର୍ଗତ ଭେକ୍ଟାକୋଲା ଗାଁ ପୋଖରୀରୁ ୮ ଫୁଟ ଲମ୍ବର ଏକ କୁମ୍ଭୀର ଉଦ୍ଧାର ହୋଇଛି । ଗାଁର ମନ୍ମଥ ରାଏ ନାମକ ଜଣେ ବ୍ୟକ୍ତିଙ୍କ ପୋଖରୀରୁ କୁମ୍ଭୀର ଉଦ୍ଧାର କରିଛି ରାଜନଗର ବନବିଭାଗ । କୁମ୍ଭୀରଟି ବାହାରେ ବୁଲୁଥିବା ବତକଙ୍କୁ ଖାଇବାକୁ ଲମ୍ଫ ମାରିବା ସମୟରେ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ବନବିଭାଗକୁ ଖବର ଦେବା ପରେ ବନ ବିଭାଗ ପହଞ୍ଚି ପୋଖରୀରୁ କୁମ୍ଭୀରକୁ ଉଦ୍ଧାର କରିଛି । ଏଥିସହ କୁମ୍ଭୀରଟିକୁ ଗୁପ୍ତି ବାଉଁଶଗଡ଼ ନଦୀରେ ଛାଡିଛି । ଲୋକେ ପୋଖରୀରେ କୁମ୍ଭୀର ଦେଖି ଏକ ପ୍ରକାର ଭୟଭିତ ହୋଇ ପଡିଛନ୍ତି । ତେବେ କୁମ୍ଭୀରଟି ଭିତରକନିକାରୁ ଉଠି ଆସିଥିବା କୁହାଯାଉଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.