ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ

author img

By

Published : Jan 26, 2023, 10:12 PM IST

ଦେଶ ପାଳୁଛି ୭୪ ତମ ଗଣତନ୍ତ୍ର ଦିବସ

ଦେଶ ପାଳୁଛି ୭୪ ତମ ଗଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା ପତାକା । ଅଧିକ ପଢ଼ନ୍ତୁ

ଦେଶ ପାଳୁଛି ୭୪ ତମ ଗଣତନ୍ତ୍ର ଦିବସ

କେନ୍ଦ୍ରାପଡା: ଅଜି ଦିଲ୍ଲୀଠୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ଦେଶ ପାଳୁଛି ୭୪ ତମ ଗଣତନ୍ତ୍ର ଦିବସ । ୭୪ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ଅବସରରେ କେନ୍ଦ୍ରାପଡ଼ା ଅଟୋନୋମସ କଲେଜ ପଡିଆରେ ପାଳିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇସ୍ପାତ ଓ ଖଣି,ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳୀତ ପରେଡ୍ ରେ ଅଭିଭାଦାନ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ ଏହି ଅବସରରେ ଦେଶର ଗୌରବମୟ ଇତିହାସକୁ ମନ ପକାଇଥିଲେ ।

ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗଣତନ୍ତ୍ର ଦିବସ ଅବସରରେ ଉଦବୋଧନ ଦେଇ କହିଛନ୍ତି, ‘‘ଆମ ଦେଶ ବହୁ କଷ୍ଚରେ ସ୍ବାଧିନତାର ସ୍ବାଦ ଚାଖିଛି । ଭାରତର ସମ୍ବିଧାନ ହେଉଛି ବିଶ୍ୱର ସର୍ବବୃହତ ତଥା ପୁରାତନ ଗଣତନ୍ତ୍ରର ସମ୍ବିଧାନ । ଦେଶର ବିକାଶ ପାଇଁ ଆମେ କାର୍ଯ୍ୟକରିବା ।’’ ସମସ୍ତିଙ୍କୁ ଦେଶର ସମ୍ବିଧାନ ମାନି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଫୁଲ୍ଲ କୁମାର ମଲ୍ଲିକ । ଗଣତନ୍ତ୍ର ଦିବସ ହେଉଛି ଏକତାର ଦିବସ, ଦେଶର ପ୍ରତ୍ୟେକ ନାଗରିକ ସେ କୌଣସି ଧର୍ମ, ଜାତି କିମ୍ବା ସମ୍ପ୍ରଦାୟର ହେଉଥାନ୍ତୁ ନା କାହିଁକି ସମସ୍ତେ ଏକାଠି ହୋଇ ଏକ ମନରେ ଏହି ଦିବସକୁ ପାଳନ କରନ୍ତି ।

ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଜିଲ୍ଲାପ୍ରଶାସନ ଏବଂ ବିଭିନ୍ନ ସଂଗଠନ ଉପସ୍ଥିତିରେ ସାଧାରଣତନ୍ତ୍ର ଉତ୍ସବ ଆଡମ୍ବର ଭାବେ ପାଳନ କରାଯାଇଥିଲା l ଜିଲ୍ଲା ପୋଲିସ ବାହିନୀର ସମେତ ଏନସିସି, ସ୍କାଉଟ୍ ଗାଇଡ୍ ଏବଂ ବିଭିନ୍ନ ସ୍କୁଲ କଲେଜର ୨୬ଟି ଗୋଟି ଦଳ ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ସ୍ୱାଧୀନତା ସଂଗ୍ରାମ ର ସ୍ମୁତି ଚାରଣ କରିଥିଲେ । ଏହାସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତ୍ତି ପ୍ରତିଭାଙ୍କୁ ଉଲେଖନିୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଉପଲକ୍ଷେ ବିଭିନ୍ନ ସାଂସ୍କତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏହି ଉତ୍ସବରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଆରଖି ଅଧିକ୍ଷକ ମନ୍ଦକର ସନ୍ଦୀପ ସମ୍ପଦଙ୍କ ସମେତ ଜିଲ୍ଲା ର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଭାଗନେଇ ଦେଶାତ୍ମକ ବୋଧକ ଗିତରେ ନୃତ୍ୟ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଗୁଡିକ ଉପରେ ପ୍ରସ୍ତୁତ ପ୍ରଜ୍ଞାପନ ମେଢ଼ ସମସ୍ତଙ୍କ ମନକୁ ମୋହିଥିଲା । ସେହିପରି ଜିଲ୍ଲାରେ ଆର୍ସେଲର ମିତ୍ତଲ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଓ ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେଲେ ଜିଲ୍ଲାର ଯୁବକମାନଙ୍କୁ ନିଯୁକ୍ତି ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.