୨୪ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ ପାଳନ, ଚାଲି ଚାଲି ଗଲେ ବରକନ୍ୟା

author img

By

Published : Jan 17, 2023, 10:26 PM IST

24 hour kendrapara bandh

ସିଟି ହସ୍ପିଟାଲ ଦାବିରେ ଆଜି ୨୪ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ ପାଳନ ହୋଇଥିଲା । ଏନେଇ ପ୍ରଭାବିତ ହୋଇଥିଲେ ବରକନ୍ୟା । ରାସ୍ତା ଅବରୋଧ କାରଣରୁ ବିବାହ ପାଇଁ ବର କନ୍ୟା ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

24 hour kendrapara bandh

କେନ୍ଦ୍ରାପଡା: ୨୪ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦରେ ପ୍ରଭାବିତ ହେଲେ ବରକନ୍ୟା। ମେଡିକାଲ ପୁନଃ ଚାଲୁ କରିବା ଦାବିରେ ଆଜି କେନ୍ଦ୍ରାପଡ଼ା ସହର ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିଲା । କଟକ ଚାନ୍ଦବାଲି ରାସ୍ତାର ତିନିମୁହାଣୀ ଠାରେ ରାସ୍ତାରେ ଟାୟାର ଜାଳି ବନ୍ଦ କରିଥିଲେ ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ । ଏହି ସମୟରେ କେନ୍ଦ୍ରାପଡା ରାଜନଗର ତାଳଚୁଆ ଅଞ୍ଚଳରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ବର ଓ କନ୍ୟା ବିବାହ ପାଇଁ ହଳଦିଆ ସ୍ଥିତ କାଜିଙ୍କ ନିକଟକୁ ଯାଉଥିବା ସମୟରେ ଗାଡିଟିକୁ ଆନ୍ଦୋଳନକାରୀ ଅବରୋଧ କରିଥିଲେ। ଯାହା ଫଳରେ ବାଧ୍ୟ ବାଧ୍ୟ ହୋଇ ଉଭୟ ବର କନ୍ୟା ଙ୍କ ସମେତ ସମ୍ପର୍କୀୟ ଚାଲିଚାଲି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।

ତେବେ ବନ୍ଦ କାରଣରୁ ଚାଲି ଚାଲି ଯିବାକୁ ପଡୁଛି ବୋଲି ବର କହିଛନ୍ତି। ସେହିପରି ଅନ୍ୟପଟେ ଏହି ଆନ୍ଦୋଳନ ଫଳରେ ନିୟମ ବିରୁଦ୍ଧରେ ବର କନ୍ୟାଙ୍କୁ ଚଲାଇ ନେବାକୁ ପଡିଲା ବୋଲି କହିଛନ୍ତି ସମ୍ପର୍କୀୟ। ତେବେ ବର ଓ କନ୍ୟା ଉଭୟଙ୍କ ପରିଚୟ ସମ୍ପର୍କରେ କୌଣସି ସୂଚନା ଉଭୟ ପକ୍ଷରୁ ଦିଆ ଯାଇନଥିବା ବେଳେ ଏହି ଦୃଶ୍ୟ ବନ୍ଦର ପ୍ରଭାବ ଅନୁଭୂତ କରାଇଛି। କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପ୍ରତିବାଦ କରି ଚତୁରତାର ସହ ୧ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ସେବା ଯୋଗାଇ ଦେଉଥିଲା ଏହି ହସ୍ପିଟାଲ। ତେଣୁ ଏହାକୁ ଫେରାଇ ଆଣିବା ପାଇଁ ଆଜି ବିଭିନ୍ନ ସଙ୍ଗଠନ ସହ ସମସ୍ତ ରାଜନୈତିକ ଦଳ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏଥିସହ ଅତ୍ୟାବଶ୍ୟକ ସେବା ଗୁଡିକ ଯେପରିକି ଆମ୍ବୁଲାନ୍ସ, ଫାୟାର ଗୁଡିକୁ ବାଦ ଦିଆଯାଇଛି। ମେଡିକାଲ ନ ଫେରିବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି କ୍ରିୟାନୁଷ୍ଠାନ କମିଟିର ସଦସ୍ୟ।

ସୂଚନା ଯୋଗ୍ୟ ଯେ, କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଓ ପୌରାଞ୍ଚଳରେ କେବଳ ଆଉଟଡୋର ଚିକିତ୍ସା ପାଇଁ ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ର ରଖିବା ବିରୁଦ୍ଧରେ ପ୍ରତିବାଦ କରି ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ଆଜି କେନ୍ଦ୍ରାପଡ଼ା ବନ୍ଦ ଡାକରା ଦେଇଛି । ସକାଳ ୬ଟାରୁ ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବରେ ସହରରେ ଦୋକାନ ବଜାର ବନ୍ଦ ଥିବାବେଳେ ଯାନବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଏଥିରୁ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ଆମ୍ବୁଲାନ୍ସ ସେବା ଇତ୍ୟାଦିକୁ ବାଦ୍ ଦିଆଯାଇଛି ।

ଗତ ଦଶନ୍ଧିର ଶେଷ ଭାଗରେ ଶ୍ୟାମଗୁଡ଼ିଆ ଠାରେ କେବଳ ମାତୃ ଓ ଶିଶୁ ହସ୍ପିଟାଲ(MCH) ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏଠାରେ ଅତ୍ୟାଧୁନିକ ଆଇସିୟୁ ଶଯ୍ୟା ସହ ଚିକିତ୍ସା ପାଇଁ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେହି ସମୟରେ ପୌରାଞ୍ଚଳରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ କୌଣସି ପ୍ରସ୍ତାବ ନଥିଲେ ହେଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଚଞ୍ଚକତା କରି ଏହାକୁ ଉଠାଇ ନେଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.