ଜାଲରେ ଫସିଥିଲା ୧୨ ଫୁଟର ଅଜଗର, ଉଦ୍ଧାର କରି ଜଙ୍ଗଲରେ ଛାଡିଲେ ଗ୍ରାମବାସୀ

author img

By

Published : Sep 14, 2021, 4:19 PM IST

ଜାଲରେ ଫସିଥିଲା ୧୨ ଫୁଟର ଅଜଗର, ଉଦ୍ଧାର କରି ଜଙ୍ଗଲରେ ଛାଡିଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଉଦ୍ଧାର ହେଲା ୧୨ ଫୁଟ ଲମ୍ବର ଅଜଗର। ସୁରକ୍ଷିତ ନିକଟସ୍ଥ ଜଙ୍ଗଲରେ ଛାଡିଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

କେନ୍ଦ୍ରାପଡ଼ା: ରାଜନଗର ବ୍ଲକ ପେଣ୍ଠ ଯଉଦିଆ ନିକଟରୁ ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଛି । ଗଛକୁ ସୁରକ୍ଷା ଦେବା ପାଇଁ ବନ୍ଧା ଯାଇଥିବା ଜାଲରେ ଅଜଗରଟି ଛନ୍ଦି ହୋଇ ରହିଥିବାବେଳେ ତାକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ପରେ ଅଜଗରକୁ ସୁରକ୍ଷିତ ଭାବେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି ।

ଜାଲରେ ଫସିଥିଲା ୧୨ ଫୁଟର ଅଜଗର, ଉଦ୍ଧାର କରି ଜଙ୍ଗଲରେ ଛାଡିଲେ ଗ୍ରାମବାସୀ

ମିଳିଥିବା ସୂଚନା ଅନୁସାରେ, ଅଜଗରଟି ଜାଲରେ ଫସିଯାଇଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ପରେ ସାପକୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । ଶେଷରେ ଜାଲ କାଟି ଅଜଗରଟିକୁ ସୁରକ୍ଷିତ ଭାବେ ବାହାର କରିବାରେ ଗ୍ରାମବାସୀମାନେ ସକ୍ଷମ ହୋଇଥିଲେ । ଅଜଗରକୁ ସୁରକ୍ଷିତ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.