ପ୍ରଧାନଶିକ୍ଷକଙ୍କ ଦୁର୍ବ୍ୟବହାର, ବିଷ ପିଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ

author img

By

Published : Sep 27, 2022, 1:15 PM IST

ପ୍ରଧାନଶିକ୍ଷକଙ୍କ ଦୁର୍ବ୍ୟବହାର, ବିଷ ପିଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଛାତ୍ରୀଙ୍କୁ ର୍ଦୁବ୍ୟବହାର । ପ୍ରଧାନଶିକ୍ଷକ ଛାତ୍ରୀଙ୍କୁ ଖରାପ ଭାଷାରେ ଗାଳିଗୁଳଜ କରିବା ସହ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମାନସିକ ଭାରସାମ୍ୟ ହରାଇ ଛାତ୍ରୀଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ଗୁରୁଶିଷ୍ୟଙ୍କ ସମ୍ପର୍କରେ କଳଙ୍କ । ଛାତ୍ରୀଙ୍କୁ ର୍ଦୁବ୍ୟବହାର ହୋଇଥିବା ନେଇ ଅଭିଯୋଗ । ବିଦ୍ୟାଳୟ ପ୍ରଧାନଶିକ୍ଷକ ଛାତ୍ରୀଙ୍କୁ ଖରାପ ଭାଷାରେ ଗାଳିଗୁଳଜ କରିବା ସହ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ପରେ ଛାତ୍ରୀଜଣଙ୍କ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ।

ପ୍ରଧାନଶିକ୍ଷକଙ୍କ ଦୁର୍ବ୍ୟବହାର, ବିଷ ପିଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଦଣ୍ଡମୁକ୍ତ ଅଞ୍ଚଳରେ ପ୍ରଧାନଶିକ୍ଷକଙ୍କ ଛାତ୍ରୀଙ୍କୁ ଅସଭ୍ୟ ଭାଷା କହିବା ସହ ଓ ଅଶାଳୀନ ବ୍ୟବହାରକୁ ନେଇ ଅତିଷ୍ଟ ହୋଇ ପଡିଥିଲେ ଦଶମ ଶ୍ରେଣୀଛାତ୍ରୀ । ଶେଷରେ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଇଥିଲେ । ବିଷ ପିଇ ଆତ୍ମହତ୍ୟା କରିଥିଲେ ଛାତ୍ରୀ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ଚିକିତ୍ସିତ ଅଛନ୍ତି ।

ଅଭିଯୋଗ ମୁତାବକ, ଛାତ୍ରୀଜଣଙ୍କ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଦେଉଳି ଗାଁର ଗଛ ମଙ୍ଗଳା ତପସ୍ବୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢନ୍ତି । ଗତ ଶୁକ୍ରବାର ଦିନ ତାଙ୍କୁ ସେହି ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ସ୍ବାଇଁ ବିଦ୍ୟାଳୟରେ ଦୁର୍ବ୍ୟବହାର କରିଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏହି ଅପମାନ ସହିନପାରି ଛାତ୍ରୀ ଜଣକ ବିଷ ପିଇଥିବା ନେଇ ଅଭିଯୋଗ ହୋଇଛି । ଛାତ୍ରୀଜଣକ ବର୍ତ୍ତମାନ କଟକ ବଡମେଡିକାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ।

ଏହା ବି ପଢନ୍ତୁ...ମହିଳା ସରପଞ୍ଚଙ୍କୁ ଜେଇଙ୍କ ଦୁର୍ବ୍ୟବହାର, ଜିଲ୍ଲାପାଳଙ୍କୁ ଭେଟିଲେ ସରପଞ୍ଚ ଓ ସମିତି ସଭ୍ୟ

ଘଟଣା ନେଇ ପ୍ରଧାନଶିକ୍ଷକଙ୍କୁ ପଚରାଯିବାପରେ ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ଏଥିସହ ସେ ଛାତ୍ରୀଙ୍କୁ ଖରାପ ବ୍ୟବହାର କରିନଥିବା କହିଛନ୍ତି । ସେ କହିଛନ୍ତି, "ଶିକ୍ଷକ ଶ୍ରେଣୀଗୃହରେ ପାଠ ପଢାଉଥିବା ସମୟରେ ପିଲାମାନେ ପାଟି କରିଥିଲେ ଓ କଥା ଶୁଣିନଥିଲେ । ମୋତେ ଶିକ୍ଷକ ଜଣାଇବା ପରେ ମୁଁ କ୍ଲାସରେ ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରି ପାଠ ପଢିବାକୁ କହିଥିଲା ।" ଛାତ୍ରୀଜଣଙ୍କ କଣ ପାଇଁ ବିଷ ଖାଇଲେ ସେ ବିଷୟରେ ମୁଁ କିପରି ଜାଣିବି ବୋଲି କହିଛନ୍ତି ପ୍ରଧାନଶିକ୍ଷକ । ତେବେ କଣ ବାସ୍ତବ ଘଟଣା ତାହା ତଦନ୍ତ ପରେ ଜଣାପଡିବ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.