ପଥର ବୋଝେଇ ଟ୍ରାକ୍ଟର ପାଇଁ ନେଉଥିଲେ ଟଙ୍କା, ତହସିଲଦାରଙ୍କୁ ଗିରଫ କଲା ଭିଜିଲାନ୍ସ

author img

By

Published : Apr 29, 2021, 6:06 PM IST

ପଥର ବୋଝେଇ ଟ୍ରାକ୍ଟର ପାଇଁ ନେଉଥିଲେ ଟଙ୍କା, ତହସିଲଦାରଙ୍କୁ ଗିରଫ କଲା ଭିଜିଲାନ୍ସପଥର ବୋଝେଇ ଟ୍ରାକ୍ଟର ପାଇଁ ନେଉଥିଲେ ଟଙ୍କା, ତହସିଲଦାରଙ୍କୁ ଗିପଥର ବୋଝେଇ ଟ୍ରାକ୍ଟର ପାଇଁ ନେଉଥିଲେ ଟଙ୍କା, ତହସିଲଦାରଙ୍କୁ ଗିରଫ କଲା ଭିଜିଲାନ୍ସରଫ କଲା ଭିଜିଲାନ୍ସ

ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଲେ ରାଇକିଆ ତହସିଲଦାର । ବାସଭବନରେ ଚଢାଉ ସହ ଗିରଫ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ....

ଫୁଲବାଣି : ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଲେ ରାଇକିଆ ତହସିଲଦାର। ପଥର ବୋଝେଇ ଟ୍ରାକ୍ଟରକୁ ଛାଡିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଫୁଲବାଣୀ ଭିଜିଲାନ୍ସ ୟୁନିଟ ତାଙ୍କୁ ଗିରଫ କରିଥିବା ଜଣାପଡିଛି । ବ୍ରହ୍ମପୁର ଭିଜିଲାନ୍ସର ନିର୍ଦ୍ଦେଶ କ୍ରମେ ଫୁଲବାଣୀ ଭିଜିଲାନ୍ସ ଟିମ ତହସିଲଦାରଙ୍କ ଘରେ ଚଢାଉ କରିବା ସହ ନଗଦ 40 ହଜାର ଟଙ୍କା ଜବତ କରିବା ସହ ତହସିଲଦାରଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ସୂଚନା ରହିଛି ।

ପଥର ବୋଝେଇ ଟ୍ରାକ୍ଟର ପାଇଁ ନେଉଥିଲେ ଟଙ୍କା, ତହସିଲଦାରଙ୍କୁ ଗିରଫ କଲା ଭିଜିଲାନ୍ସ

ଘଟଣାକୁ ନେଇ ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ମଣ୍ଡାକିଆ ଗ୍ରାମରେ ଏମଜିଏନଆରଇଜିଏସ କାମ କରୁଥିବା ସେନାପତି ପ୍ରଧାନଙ୍କ ଟ୍ରାକ୍ଟରରେ ସୋମବାର ଦିନ ପଥର ଆଣିବାବେଳେ ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀ ଏବଂ ରାଇକିଆ ଆରଆଇ ଦିପା ରଞ୍ଜିତା ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ । ଉକ୍ତ ଟ୍ରାକ୍ଟରକୁ ଜବତ କରି ତହସିଲ ପରିସରକୁ ମଧ୍ୟ ଅଣାଯାଇଥିଲା । ପରେ ଟ୍ରାକ୍ଟରକୁ ଛାଡିବା ପାଇଁ ମାଲିକଙ୍କ ଠାରୁ 1 ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ ତହସିଲଦାର । ଶେଷରେ ୫୦ହଜାର ଟଙ୍କା ଦେବାପାଇଁ ମାଲିକ ରାଜି ହୋଇଥିବା ସହ ମୁଲଚାଲ ଛିଣ୍ଡିଥିଲା ।

ପୂର୍ବ ଡିଲ ମୁତାବକ ଗତକାଲି ଗାଡି ମାଲିକ ସେନାପତି ପ୍ରଧାନ ୧୦ ହଜାର ଟଙ୍କା ତହସିଲଦାରଙ୍କୁ ଦେଇଥିଲେ। ଆଜି ସକାଳୁ ଅବଶିଷ୍ଟ ୪୦ହଜାର ଟଙ୍କା ତହସିଲଦାରଙ୍କୁ ଦେବା ସମୟରେ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକଙ୍କ ନେତୃତ୍ବରେ ଭିଜିଲାନ୍ସର ଏକ ଟିମ୍ ଫୁଲବାଣୀରୁ ରାଇକିଆ ପହଞ୍ଚି ତହସିଲଦାର ଚକ୍ରଧର ପାଢ଼ୀ ବାସ ଭବନରେ ରେଡ କରିବା ସହ ଅଫିସରେ ଚଢାଉ କରିଥିଲେ। ଏହି ଘଟଣାରେ ତାଙ୍କୁ ଗିରଫ କରାଯାଇଛି ବୋଲି ଡିଏସପି କହିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.