କୋରୋନା କାଳରେ କର୍ତ୍ତବ୍ୟରତ ପ୍ରଭାସିନୀ, ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

author img

By

Published : Jun 16, 2021, 10:55 PM IST

କୋରୋନା କାଳରେ କର୍ତ୍ତବ୍ୟରତ ପ୍ରଭାସିନୀ, ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ପ୍ରତିକୂଳ ପରିସ୍ଥିତିକୁ ଜନସେବାର ସୁଯୋଗ ମଣି ସଠିକ ଭାବରେ ଜୀବନ ଜୀଇଁବା ଶିଖିନଥିବା କୁଟିଆ ଆଦିବାସୀଙ୍କୁ ସଚେତନ କରୁଛନ୍ତି କନ୍ଧମାଳର ଗରିବ ଖଟିଖିଆ ପରିବାରର ଝିଅ । ଅଧିକ ପଢନ୍ତୁ...

ଫୁଲବାଣୀ: ମହାମାରୀର ଭୟାବହତା ଆଉ ତା ସାଙ୍ଗକୁ ପରିବାରରେ ଦାରିଦ୍ର୍ୟତାର ଶୋଚନୀୟ ସ୍ଥିତି । ଯେଉଁ ସମୟରେ ନିଜକୁ ସମ୍ଭାଳିବା ମୁସକିଲ ହୋଇୁପଡୁଛି, ସେଠି ଅନ୍ୟର କଥାକୁ କିଏ ପଚାରେ ? ହେଲେ ପ୍ରତିକୁଳ ପରିସ୍ଥିତିକୁ ଜନସେବାର ସୁଯୋଗ ମଣି ସଠିକ ଭାବରେ ଜୀବନ ଜୀଇଁବା ଶିଖିନଥିବା କୁଟିଆ ଆଦିବାସୀଙ୍କୁ ସଚେତନ କରୁଛନ୍ତି କନ୍ଧମାଳର ଗରିବ ଖଟିଖିଆ ପରିବାରର ଝିଅ ।

କୋରୋନା କାଳରେ କର୍ତ୍ତବ୍ୟରତ ପ୍ରଭାସିନୀ, ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଥା ଆସିଲେ ମନେପଡେ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ କଥା । ଆଉ ଏହି ଅଞ୍ଚଳରୁ ସାମ୍ନାକୁ ଆସିଛି ଜଣେ ଏଭଳି ସାହସୀ ଓ କର୍ତ୍ତବ୍ୟ ପରାୟଣ ଝିଅର କାହାଣୀ, ଯିଏ ନିଜ ଜୀବନକୁ ଜନସେବା ପାଇଁ କରିଛନ୍ତି ଉତ୍ସର୍ଗୀକୃତ । ତୁମୁଡିବନ୍ଧ ତେଲିମୁଣ୍ଡାର 33 ବର୍ଷୀୟା ପ୍ରଭାସିନୀ ବଟକର । ସ୍ବଳ୍ପ ଦରମାରେ ଏକ ଏନଜିଓରେ କାର୍ଯ୍ୟରତ ପ୍ରଭାସିନୀ । ମହାମାରୀ କୋରୋନା ଦ୍ବିତୀୟ ଲହରୀରେ ସ୍ଥିତି ଭୟାବହ ଥିବାବେଳେ କର୍ତ୍ତବ୍ୟରୁ ଓହରୀ ନାହାଁନ୍ତି ତୁମୁଡିବନ୍ଧର ଏହି ସାହସୀ ଝିଅ । କୋରୋନାର ସଙ୍ଗୀନ ସ୍ଥିତିରେ ଯେତେବେଳେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି, ସେତେବେଳେ ପ୍ରଭାସିନୀ ଗାଁ ଗାଁ ବୁଲି ଆଦିବାସୀଙ୍କୁ କରୁଛନ୍ତି ସଚେତନ ଆଉ ବାଣ୍ଟୁଛନ୍ତି ମାସ୍କ ଓ ନାପକିନ । କେବଳ ଏତିତି ନୁହେଁ ଲୋକଙ୍କୁ ବାଲ୍ୟବିହାର କୂପ୍ରଭାବ ବିଷରେ ବୁଝାଇବା ସହ ପନିପରିବା ଚାଷ ପାଇଁ କରୁଛନ୍ତି ପ୍ରୋତ୍ସାହିତ ।

ପ୍ରଭାସିନୀଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ପ୍ରତାପ ଟ୍ବିଟ କରି ପ୍ରଭାସିନୀଙ୍କ ନିଶ୍ବାର୍ଥପର ସେବାକୁ ପ୍ରଶଂସା କରିଛନ୍ତି । ନିଜ ପରିବାରର ଅବସ୍ଥା ସୋଚନୀୟ ଥାଇ ସୁଦ୍ଧା ସ୍ବ ଇଚ୍ଛାରେ ସମାଜ ପାଇଁ କାମ କରିବା ପ୍ରଭାସିନୀଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.