ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧବାର୍ଷିକୀ, ଚକାପାଦରେ ସୁରକ୍ଷା ବ୍ୟବସ୍ଥା କଡାକଡି

author img

By

Published : Aug 30, 2021, 2:08 PM IST

ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧବାର୍ଷିକୀ, ଚକାପାଦରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧବାର୍ଷିକୀ । ଏଥିପାଇଁ କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ...

ଫୁଲବାଣୀ: ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧବାର୍ଷିକୀ । ଏଥିପାଇଁ କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଚକାପାଦରେ ଥିବା ଲକ୍ଷ୍ମଣାନନ୍ଦଙ୍କ ଆଶ୍ରମ ପରିସରରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି ଖୋଦ ଅତିରିକ୍ତ ଆରକ୍ଷୀ ବିପିନ ବିହାରୀ ବେହେରା ଓ ଜି.ଉଦୟଗିରି ଏସ୍‌ଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ।


ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧବାର୍ଷିକୀକୁ ବିଶ୍ବ ହିନ୍ଦୁ ପରିଷଦ ଆଜି ବଳିଦାନ ଦିବସ ରୂପେ ପାଳନ କରୁଛି। ଜନ୍ମାଷ୍ଟମୀରେ ସ୍ବାମୀଜୀଙ୍କ ଶ୍ରାଦ୍ଧବାର୍ଷିକୀ ଥିବାରୁ ଜଲେଶପଟ୍ଟା ଆଶ୍ରମରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋଭିଡ ନିୟମ ମାନି ସମସ୍ତ ରୀତିନୀତି ପାଳନ କରାଯିବାକୁ ଆଶ୍ରମ ପଦକ୍ଷେପ ନେଇଛି। କାର୍ଯ୍ୟକ୍ରମରେ ସ୍ବାମୀ ଜୀବନାମୁକ୍ତାନନ୍ଦ ପୁରୀ ମହାରାଜଙ୍କ ସମେତ ସାଧୁସନ୍ଥ ଓ ବିଶ୍ବହିନ୍ଦୁ ପରିଷଦର କର୍ମକର୍ତ୍ତା ଏବଂ ଅନୁଗାମୀ ମାନେ ଯୋଗଦେବେ।

ଆଶ୍ରମ ଦେଇ ଯାଉଥିବା ଗାଡିମୋଟର ଯାଞ୍ଚ ସହ ଆଶ୍ରମ ପରିସରକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି। ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସୁରକ୍ଷା ତଦାରଖ ଦାୟିତ୍ବରେ ଦୁଇଜଣ ଡିଏସପି ପାହ୍ୟା ଅଫିସରଙ୍କୁ ନିୟୋଜିତ କରାଯାଇଛି।

୨୦୦୮ ମସିହା ଅଗଷ୍ଟ ୨୩ ଜନ୍ମାଷ୍ଟମୀ ରାତିରେ ଦୁର୍ବୃତ୍ତ ମାନେ ଆଶ୍ରମ ପରିସରରେ ପଶି ଅତି ନିର୍ମମ ଭାବେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଓ ତାଙ୍କ ଚାରିସାଥୀଙ୍କୁ ହତ୍ୟା କରିଥିଲେ। ସେହିଦିନ ଠାରୁ ଆଶ୍ରମ ପରିସରରେ ସ୍ବାମୀଜୀଙ୍କ ଅନୁଗାମୀ ମାନେ ବଳିଦାନ ଦିବସ ପାଳନ କରିଆସୁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.