ବିବାହ ଭୋଜି ଖାଇ ୧୫ରୁ ଅଧିକ ଅସୁସ୍ଥ

author img

By

Published : May 16, 2022, 7:38 AM IST

ବିବାହ ଭୋଜି ଖାଇ ୧୫ରୁ ଅଧିକ ଅସୁସ୍ଥ

ବିବାହ ଭୋଜି ହେଲା କାଳ । ବିବାହ ଭୋଜି ଖାଇ ୧୫ରୁ ଅଧିକ ଅସୁସ୍ଥ । ଅଧିକ ପଢନ୍ତୁ

ଫୁଲବାଣୀ: ବିବାହ ଭୋଜି ହେଲା କାଳ । ବିବାହ ଭୋଜି ଖାଇ ୧୫ରୁ ଅଧିକ ଅସୁସ୍ଥ । ସମସ୍ତ ଅସୁସ୍ଥଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତର ବୁଡ଼ାକଦେଲ ଗାଁରେ ଏକ ବିବାହ ଉତ୍ସବ ହୋଇଥିଲା । ଭୋଜି ଖାଇବା ପାଇଁ ଆଖପାଖ ଗାଁର ଲୋକେ ଏଠାକୁ ଆସିଥିଲେ । ହେଲେ ଭୋଜି ଖାଇବାର କିଛି ଲୋକେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ।

ବିବାହ ଭୋଜି ଖାଇ ୧୫ରୁ ଅଧିକ ଅସୁସ୍ଥ

ଫଳରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅସୁସ୍ଥ ୧୫ ଜଣଙ୍କ ମଧ୍ୟରେ କିଛି ବ୍ୟକ୍ତି ଝିରିପାଣି ପଞ୍ଚାୟତ ଉଲୁବା ଗାଁର ଓ ଲଙ୍କାଗଡ଼ ଗାଁର ହୋଇଥିବା ବେଳେ ଅଧିକାଂଶ ବୁଡ଼ାକଦେଲର ବୋଲି ଜଣାପଡ଼ିଛି । ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ଼କ୍ଟର ଅଭିଷେକ ନାୟକ । ତେବେ ଅସୁସ୍ଥଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ଥିବା ସୂଚନା ମିଳିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.