ମାଝିପଡ଼ା ଘାଟିରେ ଦୁର୍ଘଟଣା: 3 ଅଙ୍ଗନବାଡି କର୍ମୀଙ୍କ ସମେତ 6 ଆହତ

author img

By

Published : May 21, 2022, 9:19 AM IST

Road Accident:ମାଝିପଡ଼ା ଘାଟିରେ ଦୁର୍ଘଟଣା,3 ଜଣ ଅଙ୍ଗନବାଡି କର୍ମୀଙ୍କ ସମେତ 6 ଆହତ

ଫିରିଙ୍ଗିଆର ମାଝିପଡ଼ା ଘାଟିରେ ଦୁର୍ଘଟଣା । 3 ଜଣ ଅଙ୍ଗନବାଡି କର୍ମୀଙ୍କ ସମେତ 6 ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ମାଝିପଡ଼ା ଘାଟିରେ ଦୁର୍ଘଟଣା । ଅଟୋ ଓ ଟ୍ରକ ମଧ୍ୟରେ ଧକ୍କା ହୋଇଛି । ଏଥିରେ 3 ଜଣ ଅଙ୍ଗନବାଡି କର୍ମୀଙ୍କ ସମେତ 6 ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାୟୀ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ମାଝିପଡ଼ା ଘାଟିଘାଟିରେ ଟ୍ରକ-ଅଟୋ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ 6 ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ହେଲେ ସେମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଫୁଲବାଣୀ ସଦର ମହକୁମା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫିରିଙ୍ଗିଆ ଥାନାରେ ଆତ୍ମସମର୍ପଣ କରିଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.