ଛାଡି ଚାଲିଗଲା କାଳିଆ, ଘରକୁ ଆସିଲା ସୁଭଦ୍ରା

author img

By

Published : Aug 14, 2021, 6:40 PM IST

ଛାଡି ଚାଲିଗଲା କାଳିଆ, ଘରକୁ ଆସିଲା ସୁଭଦ୍ରା

କନ୍ଧମାଳର ଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗା କାଳିଆଙ୍କ ଜନ୍ମ ନେଇଛି ଭଉଣୀ ସୁଭଦ୍ରା । ଗତବର୍ଷ କାଳିଆର ମୃତ୍ୟୁ ହୋଇଥିବାବେଳେ ଏ ବର୍ଷ ଗୋଟେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ଜଗାର ମାଆ । ଅଧିକ ପଢନ୍ତୁ...

ଫୁଲବାଣୀ: କନ୍ଧମାଳର ଚର୍ଚ୍ଚିତ ଯୋଡା ମୁଣ୍ଡ ଯାଆଁଳା ଶିଶୁ ଜଗା କାଳିଆ । ଗତବର୍ଷ କାଳିଆ ସମସ୍ତଙ୍କୁ ଛାଡି ଚାଲି ଯାଇଥିବାବେଳେ ଏ ବର୍ଷ ଘରକୁ ଆସିଛି ସୁଭଦ୍ରା । ଅର୍ଥାତ୍ ଜଗାର ଗୋଟିଏ ଭଉଣୀ ଜନ୍ମ ନେଇଛି ।

ଗତ ୭ ତାରିଖ ଦିନ ଜିଲ୍ଲା ହସ୍ପିଟାଲରେ ଜଗାର ମାଆ ପୁଷ୍ପାଞ୍ଜଳି କହଁର ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଏନେଇ ପୁରା ପରିବାର ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ସୁଭଦ୍ରାକୁ ନିଜ ପରିବାରର ସଦସ୍ୟ ଭାବେ ପାଇ ସମସ୍ତ ଅତ୍ୟନ୍ତ ଖୁସି ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୧୭ ମସିହା ଅକ୍ଟୋବର ୨୫ ତାରିଖରେ ଯୋଡା ମୁଣ୍ଡ ଶିଶୁ ଜଗା କାଳିଆଙ୍କ ଦିଲ୍ଲୀ ଏମ୍ସରେ ଅପରେସନ ହୋଇଥିଲା । ଦୀର୍ଘ ୧୧ ଘଣ୍ଟାର ମାରାଥନ ସର୍ଜରୀ ପରେ ସେମାନଙ୍କୁ ଅଲଗା କରାଯାଇଥିଲା । ମାତ୍ର ସ୍ପେକ୍ଟିସେମିଆ ଯୋଗୁଁ ଗତବର୍ଷ ନଭେମ୍ବର ୨୬ ତାରିଖରେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ କାଳିଆର ମୃତ୍ୟୁ ହୋଇଯାଇଥିଲା । ତେବେ ଏ ଯାଏଁ ମଧ୍ୟ ଜଗା ଫୁଲବାଣୀ DHH ହସ୍ପିଟାଲରେ ଅଣ୍ଡର ଅବଜର୍ବଭେସନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.