ବିଦ୍ୟୁତ ସଂସ୍ପର୍ଶରେ ଆସି ରାଜମିସ୍ତ୍ରୀଙ୍କ ମୃତ୍ୟୁ

author img

By

Published : May 15, 2022, 9:39 AM IST

ବିଦ୍ୟୁତ ସଂସ୍ପର୍ଶରେ ଆସି ରାଜମିସ୍ତ୍ରୀଙ୍କ ମୃତ୍ୟୁ

କନ୍ଧମାଳ ଜିଲ୍ଲା ପିରିକୁଡି ପଂଚାୟତ ବେଡ଼ଙ୍ଗପାଜୁରେ ଅଘଟଣ । କାମ କରିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପିରିକୁଡି ପଂଚାୟତ ବେଡ଼ଙ୍ଗପାଜୁରେ ଅଘଟଣ । କାମ କରିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକ ମିସ୍ତ୍ରୀ ହେଉଛନ୍ତି ଶ୍ରୀବତ୍ସ ବେହେରା । ସେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଳକ ପିରିକୁଡି ପଞ୍ଚାୟତ ଅନ୍ତର୍ଗତ ବେଡ଼ାଙ୍ଗ ପାଜୁ ଗ୍ରାମର ବାସିନ୍ଦା । ସୂଚନା ଅନୁସାରେ, ଫୁଲବାଣୀ ମାଷ୍ଟ୍ରପଡା ଅଶ୍ଵିନୀ ମହାନ୍ତିଙ୍କ ଘରେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ବେଳେ କୌଣସି ପ୍ରକାରେ ବିଦୁତ ସଂସ୍ପର୍ଶରେ ଆସି ଛାତରୁ ତଳକୁ ପଡିଯାଇଥିଲେ ଶ୍ରୀବତ୍ସ ।

ବିଦ୍ୟୁତ ସଂସ୍ପର୍ଶରେ ଆସି ରାଜମିସ୍ତ୍ରୀଙ୍କ ମୃତ୍ୟୁ

ଘରର ମାଲିକ ଓ ଅନ୍ୟ ମୁଲିଆମାନେ ମିଶି ଶ୍ରୀବତ୍ସଙ୍କୁ ଫୁଲବାଣୀ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରୀବତ୍ସଙ୍କ ମୃତ୍ୟୁକୁ ନେଇ ମେଡିକାଲ ପରିସସରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ମୃତକ ଶ୍ରୀବତ୍ସର ୭ବର୍ଷର ପୁଅ ଓ ୩ ବର୍ଷର ଝିଅ ରହିଛନ୍ତି । ସ୍ତ୍ରୀ ସୌଦାମିନୀ ବେହେରା ଏବେ ଗର୍ଭବତୀ ଥିବା ସୂଚନା ରହିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.