ଝିଙ୍କ ମାଂସ ସହ ପାଞ୍ଚ ବନ୍ଧୁକ ଜବତ, ଶିକାରୀ ଫେରାର

author img

By

Published : Apr 4, 2021, 6:46 AM IST

ଝିଙ୍କ ମାଂସ ସହ ପାଞ୍ଚ ବନ୍ଧୁକ ଜବତ, ଶିକାରୀ ଫେରାର

କନ୍ଧମାଳ ଜିଲ୍ଲା ରାଇକିଆ ବନ ବିଭାଗ ପକ୍ଷରୁ ଦେଶୀ ବନ୍ଧୁକ ସହ ୪ କିଲୋ ଝିଙ୍କ ମାଂସ ସହ ୫ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଅଧିକ ପଢନ୍ତୁ...

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ବନ ବିଭାଗ ପକ୍ଷରୁ ଦେଶୀ ବନ୍ଧୁକ ସହ ଝିଙ୍କ ମାଂସ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ରାଇକିଆ ବନବିଭାଗ ଅଧିକାରୀ ସୁନିଲ କୁମାର ସାହୁ, କରଡା ଫରେଷ୍ଟର ଉଷତ କହଁର, ବନରଖି ସୁଜିତ କୁମାର ପ୍ରଧାନ, କୃଷ୍ଣ ଚନ୍ଦ୍ର ନାୟକ ଏବଂ ପାରା ସ୍କୃଆଡଙ୍କ ଏକ ଟିମ୍ ବାହାରିଥିଲେ ଏବଂ ରାଇକିଆ ରେଞ୍ଜ କରଡା ପଞ୍ଚାୟତର ଡକରବାଡି ଜଙ୍ଗଲରେ ଚଢ଼ାଉ କରିଥିଲେ ।

ଘଟଣାସ୍ଥଳରୁ ଅଭିଯୁକ୍ତ ମାନେ ଚମ୍ପଟ ମାରିଥିଲେ । ସେମାନଙ୍କ ନିକଟରୁ ୫ଟି ଦେଶୀ ବନ୍ଧୁକ, ଗୁଳି ୨୪ଟି, ବାରୁଦ ୨୦୦ ଗ୍ରାମ, ଟର୍ଚ୍ଚ ୩ଟା, ଝିଙ୍କ ମାଂସ ୪ କିଲୋ, ଝିଙ୍କ ଖାଡି ୨୦୦ ଗ୍ରାମ, ମୋବାଇଲ, ବ୍ୟାଟେରୀ, କାତି ଏବଂ ବିଭିନ୍ନ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି । ତେବେ ଶିକାରୀ ମାନେ ଚମ୍ପଟ ମାରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.