ଗୋଛାପଡା ଜଙ୍ଗଲରେ ମାଓବାଦୀ-ପୋଲିସ ମଧ୍ୟରେ ଗୁଳିବିନିମୟ

author img

By

Published : Apr 7, 2021, 2:15 PM IST

Updated : Apr 7, 2021, 2:26 PM IST

ମାଓବାଦୀ-ପୋଲିସ ଗୁଳିବିନିମୟ

କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କୋଲାମପରା ଗାଁ ନିକଟ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ହୋଇଛି ଗୁଳିବିନିମୟ । ଏହାସହ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି କନ୍ଧମାଓ ଏସପି । ଅଧିକ ପଢନ୍ତୁ...

ଫୁଲବାଣୀ: ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ। କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଞ୍ଚଳରେ ପୋଲିସ ମାଓବାଦୀ ମଧ୍ୟରେ ହୋଇଛି ଗୁଳିବିନିମୟ। କୋଲାମପରା ଗାଁ ନିକଟ ଜଙ୍ଗଲରେ ହୋଇଥିବା ଏହି କମ୍ବିଂ ଅପରେସନରେ ଅନେକ ମାଓ କ୍ୟାମ୍ପରେ ଚଢାଉ କରାଯିବା ସହ ଏକ ମାଓ କ୍ୟାମ୍ପ ଧ୍ଵଂସ ହୋଇଛି । ଏହାସହ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି କନ୍ଧମାଓ ଏସପି ।

ମାଓବାଦୀ-ପୋଲିସ ଗୁଳିବିନିମୟ

ଏହି କୁମ୍ବିଂ ଅପରେସନରେ ଅନେକ ମାଓ କ୍ୟାମ୍ପ ସାମଗ୍ରୀ ଜବତ କରିଥିବା କନ୍ଧମାଓ ଏସପି ସୂଚନା ଦେଇଛନ୍ତି। ବ୍ୟାଟେରୀ, ସୋଲାର ପ୍ୟାନେଲ, ତାର, ଡ୍ରେସ, ମାଓ ପୁସ୍ତିକା ସହିତ ଅନ୍ୟ ନକ୍ସଲ କ୍ୟାମ୍ପ ସାମଗ୍ରୀ ଜବତ କରାଯାଇଛି।

ପୋଲିସ-ମାଓବାଦୀ ହୋଇଥିବା ଏହି ଗୁଳି ବିନିମୟରେ 15 ରୁ 20 ମାଓବାଦୀ ଥିବା ସହ ଏମାନେ ସମସ୍ତେ କେକେବିଏନ ଡିଭିଜନର ବୋଲି ଏସପି ସୂଚନା ଦେଇଛନ୍ତି। ଏବେ ମଧ୍ୟ କୁମ୍ବିଂ ଅପରେସନ ଜାରି ରହିଛି। ତେବେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ସବୁ ମାଓବାଦି ଖସିବାରେ ସଫଳ ହୋଇଥିଲେ। କେକେବିଏନ କମାଣ୍ଡର ଦଶ୍ରୁ କିନ୍ତୁ ଖସି ଯାଇଥିବାବେଳେ ସେଣ୍ଟ୍ରାଲ କମିଟି ନେତା ମଧ୍ୟ ଖସି ଯାଇଛନ୍ତି ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ମାର୍ଚ୍ଚ ୫ରେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ କୋଲମପରା ନିକଟ ଜଙ୍ଗଲରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ମାଓବାଦୀମାନେ ପୋଲିସ ଉପରକୁ ଗ୍ରେନେଡ ମାଡ଼ କରିଥିଲେ। ଏନେଇ ଆଜି(ବୁଧବାର) ଫୁଲବାଣୀ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କନ୍ଧମାଳ ଏସପି ଭିନିତ୍ ଅଗ୍ରୱାଲ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated :Apr 7, 2021, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.