ଗୃହରକ୍ଷୀ କୁକୁର ସେବା ନକରିବାରୁ IICଙ୍କ ମାଡ ଅଭିଯୋଗ

author img

By

Published : Sep 16, 2022, 9:25 AM IST

Etv Bharat

ଗୃହରକ୍ଷୀ କୁକୁର ସେବା ନକରିବାରୁ ଆଇଆଇସିଙ୍କ ମାଡ । କନ୍ଧମାଳ ଜିଲା କୋଟଗଡ ଥାନାଧିକାରୀ କାର୍ଯ୍ୟରତ ଜଣେ ଗୃହରକ୍ଷୀଙ୍କୁ ନିର୍ଯାତନା ଦେବା, ଏବଂ ଧମକ ଦେବା ଘଟଣାକୁ ନେଇ ଜିଲାରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅଧିକ ପଢନ୍ତୁ

ଫୁଲବାଣୀ: ଗୃହରକ୍ଷୀ କୁକୁର ସେବା ନ କରିବାରୁ ଆଇଆଇସିଙ୍କ ମାଡ । କନ୍ଧମାଳ ଜିଲା କୋଟଗଡ ଥାନାଧିକାରୀ କାର୍ଯ୍ୟରତ ଜଣେ ଗୃହରକ୍ଷୀଙ୍କୁ ନିର୍ଯାତନା ଦେବା ଏବଂ ଧମକ ଦେବା ଘଟଣାକୁ ନେଇ ଜିଲାରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଥାନାଧିକାରୀ ଧିରଜ ଲେଙ୍କା ଗୃହରକ୍ଷୀ କବିଚନ୍ଦ୍ର ନାୟକଙ୍କୁ ନିଜ ବ୍ୟକ୍ତିଗତ କାର୍ଯ୍ୟ ତଥା କୁକୁରର ସେବା କରିବା ପାଇଁ ବାଧ୍ୟ କରିବା ଏବଂ ଏହି କାମ କରିବାକୁ ଗୃହରକ୍ଷୀ ମନା କରିବାକୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଗୃହରକ୍ଷୀ କୁକୁର ସେବା ନ କରିବାରୁ ଆଇଆଇସିଙ୍କ ମାଡ ଅଭିଯୋଗ

ଘଟଣା ପ୍ରଚାରିତ ହେବା ପରେ ଥାନାଧିକାରୀ ଲେଙ୍କା ଗୃହରକ୍ଷୀ ନାୟକଙ୍କୁ ନାନାଦି ଧମକ ଦେଉଛନ୍ତି । ଥାନାଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁରୁବାର ଗୃହରକ୍ଷୀ ତାଙ୍କ ପରିବାର ସହ ଆସି ଏସପିଙ୍କୁ ଭେଟିଛନ୍ତି । ୨୦୦୬ରୁ ହୋମଗାର୍ଡ ଭାବେ କବିଚନ୍ଦ୍ର କାର୍ଯ୍ୟ କରି ଆସୁଛନ୍ତି । ଦେହ ଅସୁସ୍ଥ ହେବାରୁ ପୂର୍ବତନ ଥାନା ଅଧିକାରୀଙ୍କୁ କହି କୋଟଗଡ ଥାନାରେ କାର୍ଯ୍ୟ କରୁଥିଲେ । ଗତ ୮ ତାରିଖରେ ସକାଳେ ଥାନାକୁ ଯିବା ପରେ କାମ ଆରମ୍ଭ କରିଥିଲେ । ପୁଣି ସନ୍ଧ୍ୟା ୬ଟାରେ ପୁନର୍ବାର ଥାନାକୁ ଯାଇଥିଲେ ।

ହୋମଗାର୍ଡଙ୍କ ଅଭିଯୋଗ ଅନୁଯାୟୀ, ‘‘ଥାନାଧିକାରୀ ଲେଙ୍କା କବିଚନ୍ଦ୍ରକୁ ଡାକି ମିଛରେ ଦେହ ଖରାପ କଥା କହୁଛୁ କହି ପ୍ଲାଷ୍ଟିକ ଲାଠିରେ ବାଡେଇବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଆଜିଠାରୁ ମୋର ୨ଟି ଯାକ କୁକୁରର ସମସ୍ତ ସେବା କରିବୁ ବୋଲି କହିଥିଲେ । ମୁଁ ଏସବୁ କରିବାକୁ ମନା କରିବାରୁ ପ୍ରତିଶୋଧ ପରାୟଣ ହୋଇ କୌଣସି କାର୍ଯ୍ୟ ଦେଲେ ନାହିଁ । ମୋତେ ଗାଳି ଗୁଲଜ କରିବା ସହ ଥାନା ହାଜତରେ ପୁରାଇ ଦେବାକୁ ଧମକ ଦେବାର ଘଟଣା ସବୁ ସିସି ଟିଭିରେ ରହିଛି । ହେଲେ ଆଜି ପର୍ଯ୍ୟନ୍ତ ମୋତେ ନ୍ୟାୟ ମିଳିନାହିଁ ।’’ ଅନ୍ୟପଟେ ଏସବୁ କାର୍ଯ୍ୟ କିଛି ହୋଇନାହିଁ ବୋଲି ଥାନାଧିକାରୀ ଲେଙ୍କା କହିଛନ୍ତି । ଏ ସମ୍ପର୍କରେ ଏସପି ଭିନୀତ ଅଗ୍ରୱାଲଙ୍କୁ ପଚାରିବାରୁ ଘଟଣାର ତଦନ୍ତ ବାଲିଗୁଡା ଏସଡିପିଓ କରୁଛନ୍ତି । ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ଥାନାରେ କୌଣସି ସିସିଟିଭି ଫୁଟେଜ ନ ଥିବା ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି । ମାଓବାଦୀ ଅଧ୍ୟୁଷିତ ଥାନା ଅଞ୍ଚଳରେ ସିସିଟିଭି ପ୍ରକୃତରେ କାର୍ଯ୍ୟ କରୁନାହିଁ, ନା ଘଟଣା ଘଟିବା ପରେ ସମସ୍ତ ଫୁଟେଜକୁ ଉଡାଇ ଦିଆଯାଇଛି, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.