୫୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ

author img

By

Published : May 25, 2022, 2:06 PM IST

Updated : May 25, 2022, 7:54 PM IST

୫୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ

ଭିଜିଲାନ୍ସ ଜାଲରେ କନ୍ଧମାଳ ତୁମୁଡିବନ୍ଧର ଜଳ ଛାୟା ବିଭାଗର ପ୍ରକଳ୍ପ ସହାୟକ । ବିଲ୍ କରିବା ପାଇଁ ଲାଞ୍ଚ ନେଇଥିଲେ ୫୦ ହଜାର ଟଙ୍କା । ଅଧିକ ପଢ଼ନ୍ତୁ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପ୍ରଜେକ୍ଟ ଇମ୍ପ୍ଲିମେଣ୍ଟିଂ ଏଜେନ୍‌ସି (PIA) ଅଫିସର ସହାୟକ ନଗେନ୍ଦ୍ର ନାଥ ସ୍ୱାଇଁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଡୁପି ଓ ଏଡିପଦର ଗାଁର ୪ ଜଣ ହିତାଧିକାରୀଙ୍କ ଫାର୍ମ ପୋଖରୀ ବିଲ୍‌ କରାଇ ଦେବାକୁ କହି ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ଏନେଇ ଆଜି କୁର୍ତ୍ତମଗଡ଼ ନିକଟରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ନଗେନ୍ଦ୍ର ନାଥ ସ୍ୱାଇଁଙ୍କ ନିକଟରୁ ରଙ୍ଗ ବୋଳା ଟଙ୍କା ଜବତ କରାଯାଇଛି । ଏ ସଂକ୍ରାନ୍ତରେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନରେ ଏକ ମାମଲା ରୁଜୁ ହୋଇଛି ।

୫୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ

ମିଳିଥିବା ସୂଚନା ଅନୁସାରେ ଜଳଛାୟା ବିଭାଗ ପକ୍ଷରୁ ତୁମୁଡିବନ୍ଧ ବ୍ଲକ ଗୁମା ପଞ୍ଚାୟତ ଡୁ଼ପି ଇଡିପଦର ଗ୍ରାମରେ ୪ ଜଣ ହିତାଧିକାରୀଙ୍କ ୪ ଟି ପୋଖରୀ ଖନନ କାର୍ଯ୍ୟ ହୋଇଥିଲା । ଜଣେ ହିତାଧିକାରୀଙ୍କ ସମ୍ପର୍କୀୟ ଦାଦା ସୁବାସ ମଲ୍ଲିକ କାମ ବୁଝାବୁଝି କରୁଥିଲେ । ହେଲେ କାମର ମଷ୍ଟରରୋଲ ବାହାର କରିବା ପାଇଁ ନଗେନ୍ଦ୍ରନାଥ ଗୋଟିଏ ପୋଖରୀ ପିଛା ୩୦ ହଜାର ଲେଖାଏଁ ଟଙ୍କା ଦାବି କରିଥିଲେ ।

ହିତାଧିକାରୀ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିଥିଲେ । ପରେ ୧ ଲକ୍ଷ ଟଙ୍କାରେ କଥା ଛିଡି ଥିଲା । ଏ ନେଇ ସୁବାସ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ମୂତାବକ ବୁଧବାର କୁର୍ତ୍ତମଗଡ଼ ଠାରେ ଟଙ୍କା ନେବା ପାଇଁ ନଗେନ୍ଦ୍ରନାଥ ପହଁଞ୍ଚିଥିଲେ । ବଜାରଠାରୁ କିଛି ଦୂର ଜଙ୍ଗଲ ଭିତର ରାସ୍ତାରେ ସୁବାସ ରହିଥିଲେ । ସେଠାରେ ନଗେନ୍ଦ୍ରନାଥ ପହଁଞ୍ଚି ୫୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ନଗେନ୍ଦ୍ରନାଥଙ୍କୁ ଧରି ତାଙ୍କ ପାଖରୁ ଟଙ୍କା ଜବତ କରିବାସହ ଗିରଫ କରିଥିଲେ । ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା ଭିଜିଲାନ୍ସ ଡିଏସ୍‌ପି ଅରୁଣ ନାୟକ ସୂଚନା ଦେଇଛନ୍ତି । ଏଥିସହ ନଗେନ୍ଦ୍ରନାଥଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ଚଢ଼ଉ ଜାରି ରହିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର,ଇଟିଭି ଭାରତ

Last Updated :May 25, 2022, 7:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.