କଲେଜରେ କୋଭିଡ୍ ଟିଏମସି ବନ୍ଦ ଦାବିରେ ପ୍ରତିବାଦ

author img

By

Published : Apr 15, 2021, 10:37 PM IST

କଲେଜରେ କୋଭିଡ୍ ଟିଏମସି ବନ୍ଦ ଦାବିରେ ପ୍ରତିବାଦ

ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି । କଲେଜରେ କୋଭିଡ଼ ଅସ୍ଥାୟୀ ମେଡିକାଲ୍ କେନ୍ଦ୍ର (ଟି ଏମ୍ ସି) ବନ୍ଦ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଫୁଲବାଣୀ: ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି । କଲେଜରେ କୋଭିଡ଼ ଅସ୍ଥାୟୀ ମେଡିକାଲ୍ କେନ୍ଦ୍ର (ଟି ଏମ୍ ସି) ବନ୍ଦ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ବନ୍ଦ ହେବା ଯାଏଁ ପ୍ରତିଦିନ ପ୍ରତିବାଦ କରାଯିବା ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି ।

କଲେଜରେ କୋଭିଡ୍ ଟିଏମସି ବନ୍ଦ ଦାବିରେ ପ୍ରତିବାଦ

ଏହା ସହିତ ଅନଲାଇନ୍ ପରୀକ୍ଷା କରିବାକୁ ମଧ୍ୟ ଦାବି କରିଛନ୍ତି । ଫୁଲବାଣୀ କଲେଜରେ ଅନଲାଇନ୍ ପରୀକ୍ଷା ହେଉ । କଲେଜ ହଷ୍ଟେଲରେ ଟେମ୍ପରାରି ମେଡିକାଲ୍ ସେଣ୍ଟର୍ (ଟି ଏମ୍ ସି) କରିବାକୁ ବିରୋଧ କରି ମୁଖ୍ୟ ଗେଟ ସାମ୍ନାରେ ବସି ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ଜିଲ୍ଲାରେ ବଢୁଥିବା କୋରୋନାକୁ ଦୃଷ୍ଟିରେ ରଖି ଅଫଲାଇନ ବଦଳରେ ଅନଲାଇନ କରିବାକୁ ଦାବି ଜୋର ଧରିଛି । ପ୍ରତିଦିନ ଏପରି ପ୍ରତିବାଦ କରିବେ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.