ଗୁଣି ଗାରେଡି ସନ୍ଦେହ, ଦମ୍ପତିଙ୍କୁ ବିଷ୍ଠା ଖୁଆଇଲେ ଗ୍ରାମବାସୀ

author img

By

Published : May 8, 2022, 8:58 PM IST

Updated : May 8, 2022, 9:39 PM IST

ଗୁଣି ଗାରେଡି ସନ୍ଦେହ, ଦମ୍ପତିଙ୍କୁ ବିଷ୍ଠା ଖୁଆଇଲେ ଗ୍ରାମବାସୀ

କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଅଞ୍ଚଳରେ ଗୁଣି ଗାରେଡ଼ି ସନ୍ଦେହ । ଦମ୍ପତିଙ୍କୁ ବିଷ୍ଠା ଖୁଆଇଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନା ଅଞ୍ଚଳରେ ଗୁଣି ଗାରେଡିକୁ ସନ୍ଦେହ କରି ଏକ ଦମ୍ପତିଙ୍କୁ ବିଷ୍ଠା ଖୁଆଇଛନ୍ତି ଲୋକେ । ଖାଲି ଏତିକି ନୁହେଁ, ଲୋକେ ବୃଦ୍ଧଙ୍କୁ ମାଡ ମାରି ଗୋଡ଼ ଭାଙ୍ଗି ଦେଇଛନ୍ତି । ଲୁହା ଛଡରେ ମାଡ ମାରିବାରୁ ତାଙ୍କ ଡାହାଣ ଗୋଡର ହାଡ ଭାଙ୍ଗି ଚୁରମାର ହୋଇଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଏହି ଘଟଣାରେ ଦମ୍ପତିଙ୍କ ପୁଅଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ହେଲେ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ । ଗୁରୁତର ହୋଇଥିବା ବୃଦ୍ଧ ଜଣକ ହେଲେ ମେରାସନ ଦିଗାଲ । ମେରାସନ (୬୦)ଙ୍କ ଘର ସାରଙ୍ଗଗଡ ବଜାର କଲୋନୀ ସାହିରେ । ସେ କିଛି କାମ ପାଇଁ ସ୍ଥାନୀୟ ବଜାରକୁ ଯାଇଥିଲେ । ଘରକୁ ଫେରିବା ବେଳେ ଲାଇନ ଚାଲିଯିବାରୁ ଘର ପାଖ ଅନ୍ୟ ଜଣଙ୍କ ଘର ବାରଣ୍ଡାକୁ ଚାଲିଯାଇଥିଲେ ।

ଗୁଣି ଗାରେଡି ସନ୍ଦେହ, ଦମ୍ପତିଙ୍କୁ ବିଷ୍ଠା ଖୁଆଇଲେ ଗ୍ରାମବାସୀ

ଏହା ଦେଖି ସମ୍ପୃକ୍ତ ଘରର ଲୋକେ କାହିଁକି ଏଠାକୁ ଆସିଛୁ, କାହାକୁ ଗୁଣି କରିବୁ କହି ହଠାତ ଆକ୍ରମଣ ଆରମ୍ଭ କରିଥିଲେ । ଏଥିରେ ସାହିର ଅନ୍ୟମାନେ ମଧ୍ୟ ସହଯୋଗ କରିଥିଲେ । ସେମାନେ ମେରାସନଙ୍କୁ ଲୁହା ଛଡରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ । ଏହା ଦେଖି ମେରାସନଙ୍କ ନାତୁଣୀ ଘରକୁ ଆସି ଖବର ଦେଇଥିଲେ । ମେରାସନଙ୍କ ପତ୍ନୀ ଘଟଣାସ୍ଥଳକୁ ଯିବାରୁ ଲୋକେ ସେମାନଙ୍କୁ ଅଟକାଇ ଏକ ପାତ୍ରରେ ପାଣି ଆଣି ସେଥିରେ ବିଷ୍ଠା ମିଶାଇ ଉଭୟଙ୍କୁ ଜବରଦସ୍ତ ଦୁଇ ତିନିଥର ପିଆଇଥିଲେ ।

ଘଟଣା ସମ୍ପର୍କରେ ଜାଣିବା ପାଇଁ ଲୋକେ ସେଠାରୁ ଚାଲି ଯାଇଥିଲେ । ବିଷ୍ଠା ପିଇବା ଏବଂ ମେରାସନଙ୍କ ଗୋଡ ଭାଙ୍ଗିବା ଯନ୍ତ୍ରଣା ଦେଖି କେହି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଦମ୍ପତି ମେରାସନ ଏବଂ ପତ୍ନୀ ପେଟିଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିତ୍ସାଳୟରେ ଆଣି ଭର୍ତ୍ତି କରିଥିଲେ । ବର୍ତ୍ତମାନ ସୁଦ୍ଧା ମେରାସନ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କ ଡାହାଣ ଗୋଡ ହାଡ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ମେରାସନ ଏବଂ ତାଙ୍କ ସ୍ତ୍ରୀ ଏବେ ବି ଭୟଭୀତ ଅବସ୍ଥାରେ ଅଛନ୍ତି ।

ଗ୍ରାମକୁ ଫେରିଲେ ତାଙ୍କୁ ମାରିଦେବା ପାଇଁ ଧମକ ଦିଆ ଯାଉଥିବା ସେମାନେ ଏବଂ ତାଙ୍କ ପୁଅ ପ୍ରକାଶ କରିଛନ୍ତି । ଏ ନେଇ ସାରଙ୍ଗଗଡ ଥାନାଧିକାରୀ ବଧୂଲିକା ବିଶ୍ବାଳ କୁହନ୍ତି ଘଟଣାକୁ ନେଇ ଅଭିଯୋଗ ହୋଇଛି । ୪୦/୨୨ରେ ମାମଲା ରୁଜୁ ହୋଇଛି । ଘଟଣାରେ ସମ୍ପୂର୍ଣ୍ଣ ସତ୍ୟାସତ୍ୟ ରହିଛି । ଖୁବଶୀଘ୍ର ଏହି ଘଟଣାରେ ସାମିଲ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି କରିଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated :May 8, 2022, 9:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.