ପଞ୍ଚାୟତ ଅର୍ଥ ଆତ୍ମସାତ ମାମଲା: ପୂର୍ବତନ ପଞ୍ଚାୟତ ସେକ୍ରେଟାରୀଙ୍କୁ ୨ ବର୍ଷ ଜେଲ

author img

By

Published : May 20, 2022, 9:30 AM IST

ପୂର୍ବତନ ପଞ୍ଚାୟତ ସେକ୍ରେଟାରୀଙ୍କୁ ଅର୍ଥ ଆତ୍ମସାତ ମାମଲାରେ ୨ ବର୍ଷ ଜେଲ

ପଞ୍ଚାୟତ ଅର୍ଥ ଆତ୍ମସାତ ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ସନ୍ତୋଷ କୁମାର ଜେନା ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ତାଙ୍କୁ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି । ଅଧିକ ପଢନ୍ତୁ

ଫୁଲବାଣୀ: ପଞ୍ଚାୟତ ଅର୍ଥ ଆତ୍ମସାତ ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ସନ୍ତୋଷ କୁମାର ଜେନା ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ତାଙ୍କୁ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି । ଏହା ଅନାଦେୟ ଅଧିକ ୪ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଜିଲା ମୁଣ୍ଡାପଡା ପଞ୍ଚାୟତର ପୂର୍ବତନ ସେକ୍ରେଟେରୀ ଗୋକୁଳ ଚନ୍ଦ୍ର ବାରିକ ।

ସୂଚନା ଅନୁସାରେ ୨୦୦୯ ମସିହାରେ ପଞ୍ଚାୟତକୁ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଟଙ୍କା ଆସିଥିଲା । ସେଥିରୁ କୌଣସି କାମ ନକରି ଗୋକୁଳ ୧୧ ଲକ୍ଷ ୬୫ ହଜାର ୬୨୦ ଟଙ୍କା ଅର୍ଥ ଆତ୍ମସାତ କରିଥିଲେ । ଏନେଇ ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗ ହେବାରୁ ୨/୦୯ରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ବେଳେ ଅର୍ଥ ଆତ୍ମସାତ ହୋଇଥିବା ଜାଣିବାକୁ ପାଇ ଭିଜିଲାନ୍ସ ପକ୍ଷରୁ କୋର୍ଟରେ ଦସ୍ତାବିଜ ଦାଖଲ କରାଯାଇଥିଲା । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.