Phulbani Pallishree Mela: ଉଦଘାଟନୀ ଉତ୍ସବରେ ମନମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

Phulbani Pallishree Mela: ଉଦଘାଟନୀ ଉତ୍ସବରେ ମନମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ
ଫୁଲବାଣୀରେ ଆରମ୍ଭ ହୋଇଛି ପଲ୍ଲିଶ୍ରୀ ମେଳା । ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ସମ୍ମାନୀତ ଅତିଥି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀର କରୋନେସନ ପଡିଆରେ ଆରମ୍ଭ ହୋଇଛି ପଲ୍ଲିଶ୍ରୀ ମେଳା । ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ସମ୍ମାନୀତ ଅତିଥି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦଘାଟନ କରିଛନ୍ତି । ଜିଲ୍ଲାର କଳାକାର ମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦେବା ସହ ଅନ୍ୟ ଜିଲ୍ଲାର କଳା ସମ୍ପର୍କରେ ଜାଣିବାର ମାଧ୍ୟମ ହେଉଛି ପଲ୍ଲିଶ୍ରୀମେଳା । ଏହାସହ ଜିଲ୍ଲା ତଥା ଜିଲ୍ଲା ବାହାର ହସ୍ତକଳାର ପ୍ରଚାର ପ୍ରସାରର ମାଧ୍ୟମ ହେଉଛି ପଲ୍ଲିଶ୍ରୀ ମେଳା ବୋଲି ନିଜ ଅଭିଭାଷଣରେ କହିଥିଲେ ଫୁଲବାଣୀ ବିଧାୟକ।
ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲାପାଳ ଡା. ବୃନ୍ଦା ଡି, ଏସ୍ପି ବିନିତ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଉଦଘାଟନୀ ସଂନ୍ଧ୍ୟାରେ ଫୁଲବାଣୀର ନଟରାଜ କଳା ମନ୍ଦିର ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଜଲେଶପଟା କନ୍ୟାଶ୍ରମ କଳାକାରମାନେ ଜୟ ଗଣେଶ ଓ ବନ୍ଦେ ମାତରମ ନୃତ୍ୟ, ବାଲିଗୁଡା ଉପଖଣ୍ଡ କଳାକାର ସଂଘ ପକ୍ଷରୁ ଧରଣୀ ପେନୁ ନୃତ୍ୟ, ଫୁଲବାଣୀ କ୍ଲବ ପକ୍ଷରୁ ବିଲୁବାଇ ମାନେ ନୃତ୍ୟ, ଖଜୁରୀପଡା ସରକାରୀ ବାଳିକା ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ବାରା ଲୋକନୃତ୍ୟ, ଶଙ୍କରାଖୋଲ କଳାକାର ମାନଙ୍କ ଦ୍ବାରା ବେଲି ନୃତ୍ୟ ଆଦି ପରିବେଷଣ କରା ଯାଇଥିଲା ।
ଭିଡ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମେଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ବଂୟ ସହାୟକ ଗୋଷ୍ଠୀ ନିଜର ଷ୍ଟଲ ଲଗାଇଛନ୍ତି । ଏଥିସହ ପ୍ରତ୍ୟେକ ଦିନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ହୋଇଛି । ଓରମାସ ଆନୂକଲ୍ୟରେ ଆୟୋଜିତ ହେଉଥିବା ଏହି ମେଳାକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ଡା.ବୃନ୍ଦା ଡି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବ ରଞ୍ଜନ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏହି ମେଳା ହେଉଛି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ
