Passion Explosion Exhibition: ଦ୍ୱିତୀୟ ସ୍ଥାନରେ ଓଡିଶାର ଚିତ୍ରକର ଏନ ପ୍ରତ୍ୟୁଷ

Passion Explosion Exhibition: ଦ୍ୱିତୀୟ ସ୍ଥାନରେ ଓଡିଶାର ଚିତ୍ରକର ଏନ ପ୍ରତ୍ୟୁଷ
ଜାତୀୟ ସ୍ତରରେ କନ୍ଧମାଳ ଜିଲ୍ଲାର ଗୌରବରେ ଆଉ ଏକ ପୃଷ୍ଠା ଯୋଡିଛନ୍ତି ଫୁଲବାଣୀର ଯୁବ କଳାକାର ଏନ ପ୍ରତ୍ୟୁଷ କୁମାର ଚୌଧୂରୀ । ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ପଞ୍ଚମ ‘Passion Explosion Exhibition’ ସୋରେ ଅଂଶଗ୍ରହଣ କରି ଦେଶରେ ଦ୍ବିତୀୟ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି ପ୍ରତ୍ୟୁଷ । ଅଧିକ ପଢନ୍ତୁ
ଫୁଲବାଣୀ: ଜାତୀୟ ସ୍ତରରେ କନ୍ଧମାଳ ଜିଲ୍ଲାର ଗୌରବରେ ଆଉ ଏକ ପୃଷ୍ଠା ଯୋଡିଛନ୍ତି ଫୁଲବାଣୀର ଯୁବ କଳାକାର ଏନ ପ୍ରତ୍ୟୁଷ କୁମାର ଚୌଧୂରୀ । ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ପଞ୍ଚମ ‘Passion Explosion Exhibition’ ସୋରେ ଅଂଶଗ୍ରହଣ କରି ଦେଶରେ ଦ୍ବିତୀୟ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି ପ୍ରତ୍ୟୂଷ । ଦେଶର ଅନ୍ୟତମ ପ୍ରତିଷ୍ଠିତ ନବସାରୀ କଳା ଓ ସଂସ୍କୃତି ଅନୁଷ୍ଠାନ ଦ୍ବାରା ଆୟୋଜିତ ଏହି ଜାତୀୟ ସ୍ତରର ପ୍ରତିଯୋଗୀତାର ଚିତ୍ରକଳା ବିଭାଗରେ ଅଂଶଗ୍ରହଣ କରିବା ପାଇଁ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ହୋଇଥିଲେ ପ୍ରତ୍ୟୁଷ । ଦେଶର ୧୬ଟି ରାଜ୍ୟର ୩୫ ଜଣ ଉଦୀୟମାନ ଯୁବ କଳାକାର ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ।
ବିଚାରକଙ୍କ ଦ୍ବାରା ପ୍ରତ୍ୟୁଷ ପ୍ରସ୍ତୁତ କରିଥିବା ଚିତ୍ରକଳାକୁ ଏହି ପ୍ରତିଯୋଗୀତାରେ ଦ୍ବିତୀୟ ସ୍ଥାନ ମିଳିଥିଲା । ପ୍ରସିଦ୍ଧ କଳାକାର ବିଜେନ୍ଦର ଶର୍ମା ଓ ବଲିଉଡର ପରିଚିତ ପପ୍ ଗାୟକ ଶଙ୍କର ସାହନୀ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟୁଷଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ । ପ୍ରତ୍ୟୁଷଙ୍କ ଦ୍ବାରା ଉପସ୍ଥାପିତ କଳାକୃତିକୁ ଅତିଥି ଓ ଦର୍ଶକ ମାନେ ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି । ଫୁଲବାଣୀ ନଦୀଖଣ୍ଡି ସାହି ନିବାସୀ ପ୍ରତ୍ୟୁଷ କୁମାର ପୂର୍ବରୁ ଚକ୍ ଖଡିରେ କ୍ଷୁଦ୍ରାକୃତିର ଜଗନ୍ନାଥ ରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲେ । ଉଦୀୟମାନ ଯୁବ କଳାକାର ପ୍ରତ୍ୟୁଷ ଏବେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ମାଷ୍ଟର ଇନ ଫାଇନ ଆର୍ଟସରେ ସ୍ନାତୋକତ୍ତୋର ବିଭାଗରେ ଅଧ୍ୟୟନରତ ଅଛନ୍ତି । ତାଙ୍କର ଏହି ସଫଳାତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୂଅ ଛୁଟିଥିବା ବେଳେ ଶୁଭାକାଂକ୍ଷୀ ମାନେ ତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ
