ବିଧାନସଭା ସଦାଚାର କମିଟିର କନ୍ଧମାଳ ଗସ୍ତ
ବିଧାନସଭା ସଦାଚାର କମିଟିର କନ୍ଧମାଳ ଗସ୍ତ
ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ସଦାଚାର କମିଟି କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲାରେ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରହିଥିବା ପ୍ରକାଶ କରିଛନ୍ତି ଏହି କମିଟିର ଅଧ୍ୟକ୍ଷ ଅମର ଶତପଥୀ । ଅଧିକ ପଢ଼ନ୍ତୁ
ଫୁଲବାଣୀ: ବିଧାନସଭା ସଦାଚାର କାମିଟିର ଏକ ୫ ଜଣିଆ ଟିମ କନ୍ଧମାଳ ଗସ୍ତ କରିଛନ୍ତି । ଫୁଲବାଣୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ ଏହି ଟିମ । ବିଧାନସଭା ବୁକ୍ସ ଓଫ ସର୍କୁଲର ୪୭ ଆଧାରରେ ସମସ୍ତ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରିଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ହେଉଛି କି ନାହିଁ ଓ ଠିକ ଭାବେ ଅନୁପାଳନ ହେଉଛି କି ନାହିଁ ତାହା ଅନୁଧ୍ୟାନ କରିଛି ଟିମ । ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରହିଲେ ସରକାରଙ୍କର ଜନମଙ୍ଗଳକାରୀ ଯୋଜନା ଗୁଡ଼ିକ ଲୋକମାନଙ୍କ ପାଖରେ ସହଜରେ ପହଞ୍ଚି ପାରିବ । ସେଥିପାଇଁ ସମସ୍ତଙ୍କର ଇଚ୍ଛା ଶକ୍ତି ମଧ୍ୟ ଥିବା ଦରକାର । ହୋଇଥିବା ବୈଠକରେ ମତ ପ୍ରକାଶ ପାଇଛି ।
ବିଧାନସଭାର କନଷ୍ଟିଚୁଏନ୍ସି ଡେଭେଲେପ୍ ମେଣ୍ଟ କମିଟି ରହିଛି ତାହା କିପରି କାର୍ଯ୍ୟକ୍ଷମ ହେଉଛି ସେଥିରେ ବିଧାୟକ ମାନଙ୍କ ଅଂଶୀଦାର ରହୁଛି ନାହିଁ ପ୍ରଶାସନ ସହ ଆଲୋଚନା କରିଥିଲା କମିଟି । ଆଲୋଚନାରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି । ସେ କହିଛନ୍ତି, ''ବିଧାୟକ ଓ କାର୍ଯ୍ୟନିର୍ବାହୀ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଅଟନ୍ତି । ଜିଲ୍ଲାର ଜନ ପ୍ରତିନିଧି ଓ ଜନସେବକ ବା ସରକାରୀ ଅଧିକାରୀଙ୍କ ମିଳିତ ଉଦ୍ୟମରେ ହିଁ ଜିଲ୍ଲାର ଉନ୍ନତି ସମ୍ଭବ ହୋଇଥାଏ । ସେମାନଙ୍କ ମଧ୍ୟରେ ସବୁବେଳେ ସମନ୍ୱୟ ରହିବା ଆବଶ୍ୟକ । ସରକାରୀ ଅଧିକାରୀମାନେ ସବୁବେଳେ ବୁକ୍ ସର୍କୁଲାର୍ ୪୭କୁ ମାନିବା ଦରକାର ।''
ସେହିପରି ବିଧାୟକ ଭୂପିନ୍ଦର ସିଂ ମଧ୍ୟ ଟିମ୍ ୱାର୍କକୁ ଗୁରୁତ୍ୱ ଦେଇଥିଲେ । କେବଳ ଜନ ପ୍ରତିନିଧି ନୁହଁନ୍ତି ଯେ କୌଣସି ସାଧାରଣ ଲୋକଙ୍କୁ ସେବା ଯୋଗାଇ ଦେବା ସହିତ ସମାନ ଗୁରୁତ୍ୱ ଦେବା ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ମାନଙ୍କର କର୍ତ୍ତବ୍ୟ ହେବା ଉଚିତ । କାରଣ ସେମାନେ ନିଜର ଭୋଟ୍ ଦେଇ ଜନ ପ୍ରତିନିଧିମାନଙ୍କୁ ନିର୍ବାଚିତ କରିଛନ୍ତି । ଏମାନେ ସେହି ଲୋକମାନଙ୍କ ପାଖରେ ଉତ୍ତରଦାୟୀ । ତେଣୁ ସେହି ଲୋକମାନଙ୍କର ସମସ୍ୟା ସମାଧାନ କରିବା ଉଭୟଙ୍କର ଦାୟିତ୍ୱ । ପ୍ରତି କାର୍ଯ୍ୟାଳୟ ବୁକ୍ ସର୍କୁଲାର୍ ୪୭କୁ ଅନୁସରଣ କରିବା ନିହାତି ଆବଶ୍ୟକ । ଯଦି ବା କେଉଁ କାର୍ଯ୍ୟାଳୟରେ ତାହା ନାହିଁ ସେମାନେ ସଂଗ୍ରହ କରି ରଖିବା ଆବଶ୍ୟକ ବୋଲି କହିଥିଲେ ବିଧାୟକ ଭୂପିନ୍ଦର ସିଂ।
ଜନସାଧାରଣ ବିଧାୟକ ତଥା ଅନ୍ୟ ଜନ ପ୍ରତିନିଧିମାନଙ୍କୁ ପ୍ରତିଦିନ ସେମାନଙ୍କ ସମସ୍ୟା ଦର୍ଶାଇ ଦରଖାସ୍ତ ଦେଉଛନ୍ତି । ସେମାନେ ସେଗୁଡ଼ିକୁ ସଂପୃକ୍ତ ଅଧିକାରୀମାନଙ୍କ ପାଖକୁ କାର୍ଯ୍ୟକାରୀତା ପାଇଁ ପଠାଇଥାନ୍ତି କାରଣ ସେମାନେ ତାଙ୍କ ଦ୍ୱାରା ନିର୍ବାଚିତ ହୋଇଛନ୍ତି । ଯଦି ସରକାରୀ ଅଧିକାରୀମାନେ ସେଗୁଡ଼ିକୁ କାର୍ଯ୍ୟକାରୀତା କରିବା ପାଇଁ ଗୁରୁତ୍ୱ ଦେବେନି ତେବେ ସେମାନେ ସେହି ଲୋକମାନଙ୍କୁ କଣ କହିବେ ସେମାନେ ଜନ ପ୍ରତିନିଧିମାନଙ୍କ ଉପରେ ଭରସା ତୁଟାଇଦେବେ ବୋଲି ବୈଠକରେ କହିଛନ୍ତି ବିଧାୟକ ଅରବିନ୍ଦ ଢାଲି ।
ପ୍ରକାଶ ଥାଉ କି, ଏହା ପୂର୍ବରୁ ଏହି କିମିଟି ମାଲକାନଗିରି ଜିଲ୍ଲା, ଗଜପତି, ରାୟଗଡା ଜିଲ୍ଲା ଗସ୍ତ କରିଥିଲେ । ଆଗକୁ କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡା ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ବିଧାୟକ ଅମର ଶତପଥୀ ।
ଇଟିିଭି ଭାରତ, କନ୍ଧମାଳ
