କନ୍ଧମାଳରେ ନାଇଟ କର୍ଫ୍ୟୁ କଡାକଡି; ପଇଁତରା ମାରୁଛି ପୋଲିସ

author img

By

Published : Apr 20, 2021, 8:11 AM IST

ପଇଁତରା ମାରୁଛି ପୋଲିସ

କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାଠାରେ ପୋଲିସ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ କରାଯାଇ ସବୁ ଦୋକନା ବଜାରକୁ ବନ୍ଦ କରାଯାଇଛି । ଅଧିକ ପଢନ୍ତୁ...

ଫୁଲବାଣୀ: ପୁଣି ରାଜ୍ୟରେ ଅଣାୟତ୍ତ ସ୍ଥିତିରେ କୋରୋନା । ଏହାର ଚେନ ଭାଙ୍ଗିବାକୁ ରାଜ୍ୟ ସରକାର ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଲଗାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାଠାରେ ପୋଲିସ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ କରାଯାଇ ସବୁ ଦୋକନା ବଜାରକୁ ବନ୍ଦ କରାଯାଇଛି ।

କନ୍ଧମାଳରେ ନାଇଟ କର୍ଫ୍ୟୁ କଡାକଡି

ରାତିରେ ପୋଲିସ ବାହିନୀ ପଇଁତାରା ମାରି କଡାକଡି ଯାଞ୍ଚ କରିଛି । ଫୁଲବାଣୀ,ବାଲିଗୁଡ଼ା,ଘୁ.ଉଦୟଗିରି ସହରରେ ପ୍ରଶାସନିକ ଅଧିକାରୀ ଓ ପୋଲିସ ସାମିଲ ହୋଇଥିବା ବେଳେ ଫୁଲବାଣୀ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ଓ ତହସିଲଦାର ସବୁ ସ୍ଥାନକୁ ଯାଇ ନିଜେ ସମୀକ୍ଷା କରିଛନ୍ତି।

ଜିଲ୍ଲାରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଅମାନିଆଙ୍କୁ ସାବାଡ କରିବାକୁ ଫାଇନ ଆଦାୟ କରାଯାଉଛି l ସାମାଜିକ ଦୂରତା ମାକ୍ସକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି l ଲୋକଙ୍କୁ ସଚେତନ କରିବା ସହ କର୍ଫ୍ୟୁ ସମୟରେ ବାହରେ ବୁଲିବାକୁ ମନା କରାଯାଉଛି । ଲାଗୁ ହୋଇଥିବା କର୍ଫ୍ୟୁରେ ଜରୁରୀ ସେବାକୁ ବାଦ ଦିଆଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.