ଜମିବାଡି ବିବାଦ ଓ ଗୁଣିଗାରେଡି ସନ୍ଦେହ: ଧାରୁଆ ଛୁରୀରେ ଗଳା କାଟି ହତ୍ୟା

author img

By

Published : Apr 24, 2021, 10:55 PM IST

ଜମିବାଡି ବିବାଦ ଓ ଗୁଣିଗାରେଡି ସନ୍ଦେହ: ଧାରୁଆ ଛୁରୀରେ ଗଳା କାଟି ହତ୍ୟା

ଜମିବାଡି ବିବାଦ ଏବଂ ଗୁଣିଗାରେଡିକୁ ନେଇ ହତ୍ୟା । କନ୍ଧମାଳ ତୁମୁଡିବନ୍ଧ ଥାନା ଟିଂଗାଡି ଗ୍ରାମରେ ଘଟିଛି ଏଭଳି ଘଟଣା । ଅଧିକ ପଢନ୍ତୁ...

ଫୁଲବାଣୀ: ଜମିବାଡି ବିବାଦ ଏବଂ ଗୁଣିଗାରେଡିକୁ ନେଇ ହତ୍ୟା । ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ପଞ୍ଚାୟତର ଟିଂଗାଡି ଗ୍ରାମରେ । ଘରେ ପଶି ଭକ୍ତି ପାଟମାଝି ନାମକ ଏକ ବ୍ୟକ୍ତିଙ୍କୁ ସେହି ଗ୍ରାମର ବାମ୍ବୁରା ମାଝୀ ନାମକ ଏକ ବ୍ୟକ୍ତି ଏକ ଧାରୁଆ ଛୁରୀରେ ଗଳା କାଟି ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ନିକଟସ୍ଥ ଜଙ୍ଗଲରେ ଅଭିଯୁକ୍ତ ବୁଲୁଥିବା ଦେଖି ଗ୍ରାମବାସୀ କାବୁ କରିବା ସହ ତୁମୁଡିବନ୍ଧ ପୋଲିସକୁ ହସ୍ତାନ୍ତର କରିଥିଲେ l

ଜମିବାଡି ବିବାଦ ଓ ଗୁଣିଗାରେଡି ସନ୍ଦେହ: ଧାରୁଆ ଛୁରୀରେ ଗଳା କାଟି ହତ୍ୟା
ଜମିବାଡି ବିବାଦ ଓ ଗୁଣିଗାରେଡି ସନ୍ଦେହ: ଧାରୁଆ ଛୁରୀରେ ଗଳା କାଟି ହତ୍ୟା

ଅଭିଯୁକ୍ତ ବାମ୍ବୁରା ଭକ୍ତି ପାଟମାଝିକୁ ହତ୍ୟା କରିଥିବା ସ୍ବୀକାର କରିବା ସହ ହତ୍ୟାର କାରଣ ଗୁଣି ଗାରେଡି ଏବଂ ଜମିଜମା ବିବାଦ ବୋଲି ପ୍ରକାଶ କରିବା ପରେ ପୋଲିସ ତାକୁ ଗିରଫ କରି ମେଡିକାଲ ରିପୋର୍ଟ ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବାବା ଶଙ୍କର ଶରଫ କହିଛନ୍ତି l ଭକ୍ତି ପାଟମାଝୀ ଆଜକୁ 20 ବର୍ଷ ମୋ ଜମିକୁ ସେ ଜବରଦଖଲ କରିନେଇଛି ଏବଂ ତାକୁ ଆମେ ଅଭିଯୋଗ କରିବା ପରେ ଗୋଟି ଗୋଟି କରି ମୋ ପରିବାରର 10 ଜଣ ସଦସ୍ୟକୁ ସେ ଗୁଣିଗାରେଡି କରି ମାରିଦେଇଥିବା କହିଛି ଅଭିଯୁକ୍ତ ।

ଜମିବାଡି ବିବାଦ ଓ ଗୁଣିଗାରେଡି ସନ୍ଦେହ: ଧାରୁଆ ଛୁରୀରେ ଗଳା କାଟି ହତ୍ୟା
ଜମିବାଡି ବିବାଦ ଓ ଗୁଣିଗାରେଡି ସନ୍ଦେହ: ଧାରୁଆ ଛୁରୀରେ ଗଳା କାଟି ହତ୍ୟା

ଏଥି ସହ ଭକ୍ତି ରାତିରେ ମୋତେ ଦେଖି ନେବାକୁ ଧମକ ଦେବା ସହ ସକାଳ ହେଉ ହେଉ ପରିବାରର ଜଣେ ମରିଯାଉଥିଲା l ଏମିତି ଗୋଟି ଗୋଟି କରି ସେ ମୋ ପରିବାରର ସମସ୍ତଙ୍କୁ ମାରିଦେଇଛି l ମୋ ସ୍ତ୍ରୀ, ମୋ ବୋହୂ, ମୋ ପୁଅ, ମୋ ମା ବାପା ଏମିତିରେ ସେ ମୋ ନାତି ନାତୁଣୀକୁ ବି ଛାଡ଼ିନଥିଲା l ତାର ପ୍ରତିଶୋଧ ନେବା ପାଇଁ ମୁଁ ତାକୁ ଗଳା କାଟି ହତ୍ୟା କରିଛି ବୋଲି ଅଭିଯୁକ୍ତ ନିଜେ ବୟାନ ଦେଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.