ଆଦିବାସୀ ଛାତ୍ରଛାତ୍ରୀଙ୍କ ବୃତ୍ତି ପଇସା ନେଉଛନ୍ତି କଲେଜ କର୍ତ୍ତୃପକ୍ଷ !

author img

By

Published : May 15, 2022, 9:41 PM IST

ଆଦିବାସୀ ଛାତ୍ରଛାତ୍ରୀଙ୍କ ବୃତ୍ତି ପଇସା ନେଉଛନ୍ତି କଲେଜ କର୍ତ୍ତୃପକ୍ଷ !

ଦାରିଙ୍ଗବାଡ଼ି କେ.ସି ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀଙ୍କ ସଙ୍ଗୀନ ଅଭିଯୋଗ । ବୃତ୍ତି ଟଙ୍କା କଲେଜ କର୍ତ୍ତୃପକ୍ଷଙ୍କ ଆକାଉଣ୍ଟକୁ ଯାଉଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ଫୁଲବାଣୀ: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଦୁର୍ନୀତିର ଆଉ ଏକ ନୂଆ ଅଧ୍ୟାୟ ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ଠାରେ ଥିବା କେ.ସି ଡିଗ୍ରୀ କଲେଜରେ । ଫୁଲବାଣୀର ଅନିଲ କୁମାର ଚୌଧୁରୀଙ୍କ ଦ୍ବାରା ପରିଚାଳିତ କେ.ସି ଡିଗ୍ରୀ କଲେଜରେ ମହା ଦୁର୍ନୀତିର ଅଭିଯୋଗ ଆସିଛି । କଲେଜ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ।

ଆଦିବାସୀ ଛାତ୍ରଛାତ୍ରୀଙ୍କ ବୃତ୍ତି ପଇସା ନେଉଛନ୍ତି କଲେଜ କର୍ତ୍ତୃପକ୍ଷ !

ବାଲିଗୁଡ଼ା ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କୁ ଭେଟି ଅଭିଯୋଗ କରିଛନ୍ତି ସମ୍ପୃକ୍ତ କଲେଜର ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ନିଜର ବୃତ୍ତି ପଇସା ପାଉନଥିବା ଅଭିଯୋଗ କରିଛନ୍ତି । ବୃତ୍ତି ପଇସା ସିଧାସଳଖ କଲେଜ କର୍ତ୍ତୃପକ୍ଷଙ୍କ ଖାତାକୁ ଯାଉଥିବା ଜାଣାପଡ଼ିଛି । ଏନେଇ ବାଲିଗୁଡ଼ା ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କୁ ଭେଟି ଏହାର ସଠିକ୍ ତଦନ୍ତ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି ।

ଏଥିସହ କେ.ସି ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜଣାଇଛନ୍ତି । ସେପଟେ କଲେଜରେ ଅଧ୍ୟାପକ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଅନିୟମିତତା ହୋଇଥିବା ଜଣାପଡିଛି । ଏନେଇ ଅଭିଯୋଗ କରିଛନ୍ତି କଲେଜର ରାଜନୀତି ବିଜ୍ଞାନର ଅଧ୍ୟାପକ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.