କନ୍ଧମାଳ ଜିଲ୍ଲା କୋର୍ଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

author img

By

Published : Apr 27, 2021, 8:56 AM IST

ଜିଲ୍ଲା କୋର୍ଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

କନ୍ଧମାଳ ଜିଲ୍ଲା କୋର୍ଟରୁ ଦୁଇଜଣ କର୍ମଚାରୀ କୋରୋନା ସଂକ୍ରମିତ ଚିହ୍ନଟ ହେବାପରେ ଜିଲ୍ଲା କୋର୍ଟକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ଫୁଲବାଣୀ: କଣ୍ଟେନମେଣ୍ଟ ଜୋନ ହେଲା କନ୍ଧମାଳ ଜିଲ୍ଲା କୋର୍ଟ । କୋର୍ଟର ଦୁଇଜଣ କର୍ମଚାରୀ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲା କୋର୍ଟକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି ।

ଜିଲ୍ଲା କୋର୍ଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

କନ୍ଧମାଳରେ ପୁଣି ଉପରମୁହାଁ ହୋଇଛି ସଂକ୍ରମଣ । ସୋମବାର ଜିଲ୍ଲାରେ 35ଜଣ କୋରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେଥିରୁ ଜିଲ୍ଲା କୋର୍ଟରୁ ଦୁଇଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୁଇ କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା କୋର୍ଟ ପରିସରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି ।

କୋର୍ଟରୁ ଦୁଇ ଫାଟକକୁ ବ୍ୟାରିକେଟ କରି ବନ୍ଦ କରିଛି ପୌରପାଳିକା । ଏହା ସହିତ କୋର୍ଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି । ସ୍ଥିତିରେ ସୁଧାର ଆସିଲେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.