ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ ବିୟୋଗରେ କନ୍ଧମାଳ ଜିଲ୍ଲା ବିଜେଡି ପକ୍ଷରୁ ଶୋକସଭା

author img

By

Published : Apr 28, 2021, 10:58 PM IST

ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ ବିୟୋଗରେ କନ୍ଧମାଳ ଜଲ୍ଲା ବିଜେଡି ପକ୍ଷରୁ ଶୋକସଭାପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ ବିୟୋଗରେ କନ୍ଧମାଳ ଜଲ୍ଲା ବିଜେଡି ପକ୍ଷରୁ ଶୋକସଭା

ପୂର୍ବତନ କନ୍ଧମାଳ ସାଂସଦ ତଥା ବିଜେଡ଼ି ନେତା ସୁଗ୍ରୀବ ସିଂଙ୍କ ବିୟୋଗ ଜିଲ୍ଲା ବିଜେଡ଼ି ତରଫରୁ ଶୋକସଭା । ଅଧିକ ପଢନ୍ତୁ...

ଫୁଲବାଣି : ପୂର୍ବତନ କନ୍ଧମାଳ ସାଂସଦ ତଥା ବିଜେଡ଼ି ନେତା ସୁଗ୍ରୀବ ସିଂଙ୍କ ବିୟୋଗ ଜିଲ୍ଲା ବିଜେଡ଼ି ତରଫରୁ ଶୋକ ବ୍ୟକ୍ତ କରାଯାଇଛି। ଫୁଲବାଣୀରେ ଆୟୋଜିତ ଜିଲ୍ଲାସ୍ତରୀୟ ଶୋକ ସଭାରେ ବିଜେଡ଼ି ନେତା ଓ କର୍ମୀ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ମନ ପକାଇଛନ୍ତି ।

ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଶୋକସଭାରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ସୁଗିରୀବଙ୍କ ସ୍ମୃତି ଚାରଣ କରିବା ନିରବ ପ୍ରାର୍ଥନା ପାଇଁ ପ୍ରସ୍ତାବ ଦେଇଥିଲେ । ଦୁଇ ମିନିଟ ନିରବ ପ୍ରାର୍ଥନା ପରେ ବୟୋଜ୍ୟେଷ୍ଠ ନେତା ଅଶୋକ ବେହେରା ପ୍ରଥମେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ଅନ୍ୟ ନେତାମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ରାଜ୍ୟ ସଂଖ୍ୟା ଲଘୁ ସେଲ ସାଧାରଣ ସଂପାଦକ ମହମ୍ମଦ ୟାସିନ ବେଗ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଶିବ ପ୍ରସାଦ ତ୍ରିପାଠୀ,ପ୍ରଦୀପ ମୁନି,ଭାଗବତ ବେହେରା ପ୍ରମୁଖ ବହୁ ନେତା ଓ କର୍ମୀ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ବର୍ଗତ ସୁଗ୍ରୀବ ସିଂହଙ୍କୁ ମନ ପକାଇଥିଲେ। ଭୁବନେଶ୍ବରର କିମ୍ସ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ କୋରୋନାରେ ତାଙ୍କର ମୃତ୍ୟୁ ହୋଇଥିଲା ।

କନ୍ଧମାଳରୁ ସଦାଶିବ ପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.