ଫୁଲବାଣୀର 2 ଅଞ୍ଚଳକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା

author img

By

Published : Apr 3, 2021, 2:49 PM IST

Updated : Apr 3, 2021, 3:13 PM IST

ଫୁଲବାଣୀରେ 2 ଅଞ୍ଚଳକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା

କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳରେ କୋରୋନାର ଦ୍ବିତୀୟ ଲହରୀ ଦେଖାଯିବା ପରେ 2ଟି ଅଞ୍ଚଳକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଦ୍ଵିତୀୟ ପର୍ଯ୍ୟାୟ କୋରୋନା ଲହରୀ। ଫୁଲବାଣୀ ସହରରେ ଗୋଟିଏ ଦିନରେ ୯ ପଜିଟିଭ ଚିହ୍ନଟ ହେବା ପରେ ସହରର ଦୁଇଟି ଅଞ୍ଚଳକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ଫୁଲବାଣୀର 2 ଅଞ୍ଚଳକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା

ଫୁଲବାଣୀ ପୌରାଞ୍ଚଳର ୨ ନମ୍ବର ୱାର୍ଡ ଅନ୍ତର୍ଗତ ଡାକପଲା ସ୍କୁଲ ସାହିରେ ୮ ଆକ୍ରାନ୍ତ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ମିନି ଅବରୋଧ ଅଞ୍ଚଳ ଘୋଷଣା କରିଛନ୍ତି ଜିଲ୍ଲାପାଳ ଡ଼ା ବୃନ୍ଦା ଡି । ସେହିପରି ମାଷ୍ଟର ପଡ଼ାର ଏକ୍ସ ଏମ ପି ଗଳିକୁ ମିନି କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଫୁଲବାଣୀ ସଦର ତହସିଲଦାର ଦିନମଣି ନାଏକଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ଵ ଦେଇଛନ୍ତି ଜିଲ୍ଲାପାଳ । ଅବରୋଧ ଅଞ୍ଚଳରେ ଘରକୁ ଘର ଟେଷ୍ଟ ସହିତ କଣ୍ଟାକ୍ଟ୍ ଟ୍ରେସିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଡାକପଲା ୟୁପି ସ୍କୁଲର ଶିକ୍ଷୟତ୍ରୀ ମିନାକ୍ଷୀ ପ୍ରଧାନଙ୍କୁ ଏହି ଅଞ୍ଚଳର ନୋଡାଲ ଅଧିକାରୀ ଦାୟିତ୍ଵ ଦିଆଯାଇଥିବା ବେଳେ ମାଷ୍ଟର ପଡ଼ା ଅଞ୍ଚଳର ନୋଡାଲ ଅଧିକାରୀ ଭାବେ ଶିକ୍ଷୟତ୍ରୀ ହେମାନ୍ତା ମିଶ୍ରଙ୍କୁ ଦାୟିତ୍ଵ ଦିଆଯାଇଛି । କୋଭିଡ କଟକଣାକୁ କଡାକଡି କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି । ଲୋକଙ୍କ ମନରେ ପୁଣି ଭୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated :Apr 3, 2021, 3:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.