ଶୋଇଥିଲେ କାମୁଡିଦେଲା ସାପ: ସ୍ବାମୀ ମୃତ ସ୍ତ୍ରୀ ଗୁରୁତର

author img

By

Published : Aug 31, 2022, 9:39 AM IST

ସାପ କାମୁଡ଼ାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ବିଷଧର ସାପ କାମୁଡ଼ାରେ ସ୍ୱାମୀଙ୍କ ମୃତ୍ୟୁ ଘଟିଛି । ଶୋଇଥିବା ବେଳେ କାମୁଡି ଦେଇଥିଲା ବିଷଧର ସାପ । ଅଧିକ ପଢ଼ନ୍ତୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅନ୍ତର୍ଗତ ରାଣୀ ପଥର ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାପ କାମୁଡାରେ ସ୍ଵାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାଇ ସାଗର ମଲ୍ଲିକ (୫୫) ଓ ତାଙ୍କ ସ୍ତ୍ରୀ ଅନୁସାୟା ମଲ୍ଲିକ (୫୦) ଘରେ ଶୋଇଥିବା ବେଳେ ଗତକାଲି ରାତି ୨ଟା ବେଳେ ଏକ ବିଷଧର ସାପ ଉଭୟ ସ୍ଵାମୀ ଓ ସ୍ତ୍ରୀ ଦୁଇଜଣଙ୍କୁ କାମୁଡ଼ିଥିଲା ।

ଏଥିରେ ଉଭୟ ଗୁରୁତର ହୋଇପଡ଼ିଥିଲେ । ଏହାଦେଖି ପରିବାରଲୋକେ ତୁରନ୍ତ ଉଭୟ ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ପୁରୁଣା କଟକ ମେଡ଼ିକାଲକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରିଥିଲେ । ହେଲେ ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ସେମାନଙ୍କୁ ଫୁଲବାଣୀ ବଡ଼ ମେଡ଼ିକାଲକୁ ନେବାକୁ କହିଥିଲେ । ପରିବାର ଲୋକେ ଉଭୟଙ୍କୁ ଆଣି ଫୁଲବାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ସାଗର ମଲ୍ଲିକଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସ୍ତ୍ରୀ ଅନୁସାୟା ମଲ୍ଲିକ ଏବେ ବି ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏନେଇ ସଦର ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.